News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ହିନ୍ଦୋଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରପୋଡ଼ି ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି।

ସୂଚନା ଅନୁଯାୟୀ , ପଧାନୀ ଗ୍ରାମର ବୁଲା ନାଏକଙ୍କ ଘର ବିଳମ୍ବିତ ରାତିରେ ନିଆଁଲାଗି ଘରର ଆସବାବପତ୍ର ସହିତ ଧାନ ଚାଉଳ,ଟଙ୍କାପଇସା, ଲୁଗାପଟା ଇତ୍ୟାଦି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି।ଇଲେକ୍ଟ୍ରି ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଥିଲେ ମଧ୍ୟ ଅନ୍ୟ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ରାସୋଳ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ପରିସ୍ଥିତିକୁ ଆୟତ୍ତ କରିଥିଲେ!ତେବେ ପରିବାର ଲୋକ ସୁରକ୍ଷିତ ରହିଥିବାବେଳେ ପୁରା ପରିବାର ବର୍ତ୍ତମାନ ଖୋଲା ଆକାଶ ତଳେ ରହିଛନ୍ତି।ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।

new life
You might also like
error: Content is protected !!