News
WhatsApp Image 2023-10-04 at 17.25.00
samparksetu

କଲ୍ୟାଣ ମଣ୍ଡପକୁ ନାହିଁ ରାସ୍ତା କିନ୍ତୁ ହେଉଛି କୋଟି କୋଟି ଟଙ୍କାର ଟେଣ୍ଡର

ହିନ୍ଦୋଳ ଏନଏସି ମାନ୍ୟତା ପାଇବାର ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଟବଣା ହୋଇଛି ବିକାଶ।ସ୍ପଷ୍ଟ ଦିବାଲୋକରେ ଏନଏସି କର୍ତ୍ତୃପକ୍ଷ ହିନ୍ଦୋଳ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଚାଲିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ,୨୦୧୭ ମସିହାରେ ହିନ୍ଦୋଳ ଏନଏସି ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଯେଉଁ ସ୍ଥାନରେ ଏହି ନିର୍ମାଣ କାର୍ଯ୍ୟ ହୋଇଛି ସେହି ଜାଗାକୁ କୌଣସି ରାସ୍ତା ନାହିଁ।ଫଳରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଉ କୌଣସି ନିର୍ମାଣ କାର୍ଯ୍ୟ ହୋଇନାହିଁ।ସେହି ଦିନଠାରୁ ଏହି ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କୋଠାଟି ନଟି ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।

କାହା ସ୍ୱାର୍ଥରେ ରାସ୍ତା ନଥିବା ଏହି ଜାଗାରେ କୋଠାଟିର ନିର୍ମାଣ କାର୍ଯ୍ୟ ହୋଇଥିଲା ବୋଲି ସାଧାରଣରେ ଆଲୋଚନାର ବିଷୟବସ୍ତୁ ସାଜିଛି।ଆଉ କିଛି ମାସ ପରେ ହିନ୍ଦୋଳ ଏନଏସି ନିର୍ବାଚନ ହେବାକୁ ଥିବାବେଳେ ଏବେ ତରବରିଆ ଭାବେ ହଠାତ୍ ପୁଣି କୋଟିଏ ଟଙ୍କାରୁ ଉର୍ଦ୍ଧ୍ଵ ଟେଣ୍ଡର ଡକାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ତାଙ୍କ କହିବା ଅନୁସାରେ ଏହି କଲ୍ୟାଣ ମଣ୍ଡପକୁ ଲାଗି ରହିଥିବା ହିନ୍ଦୋଳ ବସଷ୍ଟାଣ୍ଡ ମଧ୍ୟ ଦେଇ ସେଠାକୁ ରାସ୍ତା ଦିଆ ଯାଇଛି ଯାହାର ସରକାରୀ ଦସ୍ତାବିଜ୍ ହିନ୍ଦୋଳ ତହସିଲଦାରଙ୍କ ପାଖେ ଅଛି।ଏବେ ନିର୍ମାଣାଧିନ ବସଷ୍ଟାଣ୍ଡଟି ଓଡିଶା ସରକାରଙ୍କ OSRTC ଅଧୀନରେ ରହିଥିବାବେଳେ ତା ମଧ୍ୟ ଦେଇ କଲ୍ୟାଣ ମଣ୍ଡପକୁ ଯେଉଁ ରାସ୍ତା ଯିବ ତାହାର ସ୍ଥାୟିତ୍ଵ ଏବଂ ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାସ୍ତା ପାଇଁ ଆବଶ୍ୟକ ଜାଗା ହିନ୍ଦୋଳ ଏନଏସି କୁ ହସ୍ତାନ୍ତର ହୋଇନଥିବା ବେଳେ ପ୍ରଥମେ ରାସ୍ତା ନିର୍ମାଣ ନକରି ପୁଣିଥରେ ତରବରିଆ ଭାବେ କୋଟିଏରୁ ଅଧିକ ଟଙ୍କାର ଟେଣ୍ଡର କିଭଳି ଡକାଯାଉଛି ବୋଲି ହିନ୍ଦୋଳ ଜନସାଧାରଣ ପ୍ରଶ୍ନ କରିଛନ୍ତି।

ଆଗକୁ ନିର୍ବାଚନ ପରେ ନୂତନ ଏନଏସି ପରିଷଦ ଗଠନ ପୂର୍ବରୁ ଏହି ବିପୁଳ ଟଙ୍କାକୁ ଆତ୍ମସାତ୍ କରିବା ପାଇଁ ଏନଏସି କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ର ସାଙ୍ଘାତିକ ଅଭିଯୋଗ ହେଉଛି ।

new life
You might also like
error: Content is protected !!