News
WhatsApp Image 2023-10-04 at 17.25.00
samparksetu

ହୋହଲ୍ଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ

ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ହିନ୍ଦୋଳ ବ୍ଲକ ପରିସରରେ ଥିବା କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଦୁଇମାସରେ ଗୋଟିଏ ସମିତି ବୈଠକ ଅନୁଷ୍ଠିତ ହେବାର ନିୟମ ଥିଲେ ହିନ୍ଦୋଳ ବ୍ଲକରେ ସମସ୍ତ ନୀତିନିୟମକୁ ଜଳାଞ୍ଜଳୀ ଦିଆଯାଉଥିବା ଦେଖିବାକୁ ମିଳିଛି । ହିନ୍ଦୋଳ ବ୍ଲକରେ ବହୁ ଦାବି ହେବା ପରେ ଛମାସ ପରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ହିନ୍ଦୋଳବ୍ଲକର ସମସ୍ତ ସରପଞ୍ଚ ,ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟସଭ୍ୟା ଉପସ୍ଥିତ ହୋଇଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହିନ୍ଦୋଳ ବିଡିଓ ଶିବଶଙ୍କର ମିଶ୍ର ଏ ବି ଡି ଓ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ବିଧାୟକାଙ୍କ ପ୍ରତିନିଧି , ସାଂସଦଙ୍କ ପ୍ରତିନିଧି, ହିନ୍ଦୋଳ ଚାରିଗୋଟି ଜୋନର ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ହୋଇଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୋଳରେ କୃଷି ବିଭାଗରେ ଜନ ସାଧାରଣଙ୍କ ପାଖରେ ସରକାରଙ୍କର ସୁବିଧା ଗୁଡିକ ସଠିକ ଭାବେ ପହଞ୍ଚାଇ ପାରୁନାହିଁ ବୋଲି କୁଟୁଣିଆ ସମିତିସଭ୍ୟ ହେମନ୍ତ କୁମାର ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହିନ୍ଦୋଳ ବ୍ଲକରେ ଶିକ୍ଷା ବିଭାଗରେ ଶିକ୍ଷକ ସମସ୍ୟା ଲାଗି ରହିଥିବାରୁ କାରନ୍ଦା ସରପଞ୍ଚ,ଜରଡା ସରପଞ୍ଚ, ଗଣ୍ଡାନାଳୀ ସରପଞ୍ଚ, ୩ନଂ ଯୋନର ଜିଲ୍ଲା ପରିଷଦ ସଦସ୍ୟା, ଏବଂ ସମସ୍ତ ସରପଞ୍ଚ ସମିତି ସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଗୃହରେ ଉତ୍ତେଜନା ଦେଖା ଦେଇଥିଲା।

ବ୍ଲକ ଶିକ୍ଷା ଅଧିକାରୀଙ୍କର କୌଣସି କ୍ଷମତା ନଥିବାରୁ ଆସନ୍ତା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୈଠକକୁ ଡାକିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି କରାଗଲା। ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ ଅଭିଯୋଗରେ ଘାଇଲା ହେଲେ ହିନ୍ଦୋଳ ସିଡିପିଓ ।୨ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟ ହିନ୍ଦୋଳରେ ଛତୁଆ ଏବଂ ପିଲାଙ୍କ ଡ୍ରେସ ନିମ୍ନମାନର ପ୍ରଦାନ କରା ଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖାଉଟି ବିଭାଗ ଦ୍ଵାରା ଡିଲର ପଏଣ୍ଟରେ ସଠିକ ଭାବେ ଚାଉଳ ପ୍ରଦାନ କରା ଯାଉନଥିବା ଏବଂ ବହୁ ଦୂରରୁ ଲୋକମାନେ ଚାଉଳ ଆଣୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସମିତି ସଭ୍ୟ ଏବଂ ସରପଞ୍ଚ । ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ବନ୍ୟ ଜନ୍ତୁଙ୍କ ପ୍ରାଦ୍ରୃଭାବ ବଢୁଥିବାରୁ ଜନସାଧାରଣ ଭୟରେ ଦିନ କାଟୁଛନ୍ତି । ଯଥା ହାତୀ ବାଘ,ମାଙ୍କଡଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି।

ହିନ୍ଦୋଳ ରେ ଏକବର୍ଷରେ ୨୦ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୦ଜଣ ଗୁରୁତର ଆହାତ ହୋଇଥିବାରୁ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ସମିତି ସଭ୍ୟ ତଥା ପୂର୍ବତନ ପଞ୍ଚାୟତସମିତି ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁଁତ୍ତ। ହିନ୍ଦୋଳ ବ୍ଲକରେ ପ୍ରାୟ ସବୁ ବିଭାଗରେ କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା କରୁଥିବାରୁ ଯଥା- ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ସଠିକ ଭାବରେ ହେଉ ନଥିବାରୁ ବୈଠକରେ ଅସନ୍ତୋଷ ଦେଖା ଦେଇଥିଲା।

new life
You might also like
error: Content is protected !!