News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନ୍ ଏ ସି ରେ ଭେଣ୍ଡିଙ୍ଗ ଜୋନ କାହା ସ୍ବାର୍ଥରେ ?

ହିନ୍ଦୋଳ ଏନ୍ ଏ ସି ମେଡିକାଲ ଛକ,ଲକ୍ଷ୍ମୀ ବଜାର ଛକ ଓ ଅମଲାପଡା ଠାରେ ହୋଇଥିବା ଭେଣ୍ଡିଙ୍ଗ ଜୋନ ଗୋଡ଼ିକ ଏକ ବର୍ଷ ହେବ କାର୍ଯ୍ୟ ସରିସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭେଣ୍ଡିଙ୍ଗ ଜୋନ ଗୋଡ଼ିକ କୈାଣସି ହିତାଧିକାରୀ ଙ୍କୁ ଦିଆଗଲା ନାହିଁ ।

ହିନ୍ଦୋଳ ଏନ୍ ଏ ସି ର ମନ ମୁଖୀ କାର୍ଯ୍ୟ ପାଇଁ କୈାଣସି ଉନ୍ନତି ମୁଳକ କାର୍ଯ୍ୟ ଲୋକାଭିମୁଖୀ ହୋଇପାରୁ ନାହିଁ । ଏପଟେ ହନ୍ତସନ୍ତ ହେଉଛନ୍ତି ବହୁ ଉଠା ଦୋକାନୀ ଓ କେତେକ ଦୋକାନୀ କୁ ହିନ୍ଦୋଳ ଏନ୍ ଏ ସି ଦୁଇ ବର୍ଷ ହେବ, ଦୋକାନ ଭାଙ୍ଗି ଉଠାଇ ସାରିଥିଲେ ମଧ୍ୟ ଖଣ୍ଡେ ଦୋକାନ ଘର ଏପର୍ଯ୍ୟନ୍ତ ଯୋଗାଇ ଦେଲେ ନାହିଁ ।

ଯାହାକୁ ନିନ୍ଦା କରୁଛନ୍ତି ହିନ୍ଦୋଳ ଏନ୍ ଏ ସି ବାସି ଓ ବୁଦ୍ଧିଜୀବି । ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ପାରିଷଦ ବୈଠକ ରେ ଆଲୋଚନା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ’ଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଭେଣ୍ଡିଙ୍ଗ ଜୋନ ଦିଆଯାଉ ନାହିଁ । ନାଁ ପାରିଷଦ ବର୍ଗଙ୍କ କଥା ବୈଠକ ରେ ରହୁନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି, ଏଠି କାହା ସ୍ବାର୍ଥ କୁ ନେଇ ଭେଣ୍ଡିଙ୍ଗ ଜୋନ ଏପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଉନାହାନ୍ତି, ନାଁ ଭାଗ ଛିଣ୍ଡୁ ନାହିଁ ବୋଲି ହିନ୍ଦୋଳ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଉନାହାନ୍ତି ଭେଣ୍ଡିଙ୍ଗ ଜୋନ ।

ଦେଖିବାକୁ ବାକି ରହିଲା ଭେଣ୍ଡିଙ୍ଗ ଜୋନ ବଣ୍ଟନ କରିବାପାଇଁ ହିନ୍ଦୋଳ ଏନ୍ ଏ ସି କୁ ଆଉ କେତେ ଦିନ ସମୟ ଲାଗୁଛି ଓ ଏହା ଉପରେ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ।

new life
You might also like
error: Content is protected !!