News
WhatsApp Image 2023-10-04 at 17.25.00
samparksetu

ପାରିବାରିକ କଳହରୁ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଘଟିଛି ଅଘଟଣ । ଆଜି ସକାଳ ୭ ଘଟିକା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ର ୱାର୍ଡ ନଂ -୩ ଅମଲାପଡା ସ୍ଥିତ ଭଡା ଘରେ ଜଣେ ଓଡିଶା ବାହାର ଶ୍ରମିକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

ହିନ୍ଦୋଳ ଏନଏସି ରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ଗୋୱାଲିୟର ଅଞ୍ଚଳର ରାଜେନ୍ଦ୍ର ସିଂ ସେ ନିଜ ପରିବାର ସହ ଏକ ଭଡା ଘରେ ରହି କାର୍ଯ୍ୟ କରୁଥିଲେ । ପାରିବାରିକ କଳହରୁ ରାଗି ଆତ୍ମହତ୍ୟା କରିଥିବା ବିଶେଷ ସୂତ୍ରରୁ ପ୍ରକାଶ । ଆଜି ସକାଳେ ପାରିବାରିକ କଳହ ପରେ ବାନ୍ତି କରୁଥିବା ତାଙ୍କ ପତ୍ନୀ ଦେଖିବା ପରେ କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିବା ସନ୍ଦେହ କରି ତାଙ୍କୁ ତୁରନ୍ତ ହିନ୍ଦୋଳ ଡାକ୍ତରଖାନା ଅଣାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ତାଙ୍କ ପାଟିରୁ ନାଳ ଛାପ ବାହାରୁଥିବା ଦେଖାଯାଇଥିଲା ।

ଖବର ଲେଖା ହେବା ପର୍ଯ୍ୟନ୍ତ ହିନ୍ଦୋଳ ଥାନାରେ କୌଣସି ଅଭିଯୋଗ ହୋଇନଥିଲା ଏବଂ ପୋଲିସ ନିଜଆଡୁ ଖବର ପାଇ ଶବ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

ମୃତକଙ୍କ ପରିବାର ବର୍ଗ ପହଞ୍ଚିଲା ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହେବା ଏବଂ ଡାକ୍ତରୀ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି ।

new life
You might also like
error: Content is protected !!