ଗତକାଲି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୧ନୂତନପାଟଣା ଗ୍ରାମରେ ନୂତନ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ହୋଇଯାଇଛି।ୱାର୍ଡ କାଉନସିଲର ତଥା ଗ୍ରାମସଭାପତି ଶ୍ରୀ ଦିଲିପ କୁମାର ବେହେରା ଙ୍କ କାଉନସିଲର ଅନୁଦାନ ପାଣ୍ଠିରେ ନିର୍ମିତ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ କାଉନସିଲର ଦିଲିପ ବେହେରା ଓ ୱାର୍ଡ ନଂ-୧୦ କାଉନସିଲର ଶ୍ୟାମଘନ ଭୁତିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ହିନ୍ଦୋଳ ର ରାଜା ସାହେବ ଶ୍ରୀଯୁକ୍ତ ଶୈଳେନ୍ଦ୍ର ନାରାୟଣ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବ ରେ କଳସ ଯାତ୍ରା ପରେ ଗତକାଲି ମନ୍ଦିର ପ୍ରତିଷ୍ଠା ହେବା ସହ ଠାକୁର ନଗର ପରିକ୍ରମା କରି ମନ୍ଦିରରେ ପ୍ରବେଶ କରିଥିଲେ।ଗ୍ରାମର ସମସ୍ତ ସନମାନ ଶ୍ରେଣୀ ବ୍ୟକ୍ତି, ମହିଳା, ଯୁବ ଗୋଷ୍ଠୀ ଙ୍କ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ରେ କର୍ତ୍ତା ଭାବରେ ଶ୍ରୀ ଶିଖର ଜେନା ଦାଇତ୍ୱ ତୁଲାଇଥିବା ବେଳେ ଗ୍ରାମର ସନମାନସ୍ପଦ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟ ବୁଝିବା ସହ ଗ୍ରାମର ଉଦ୍ୟମି ଯୁବକ ପ୍ରଶାନ୍ତ ବେହେରା, ଯୁଗଳ ନାଠି, ପୂର୍ଣ୍ଣ ଚନ୍ଦ୍ର ନାଠି, ଚଗଲା ଜେନା ,ପ୍ରତାପ ମହାପାତ୍ର, ସୁବାସ ନାଠି ପ୍ରମୁଖ ସମସ୍ତ ଦାଇତ୍ୱ ବୁଝି ସହଯୋଗ କରିଥିଲେ l