News
WhatsApp Image 2023-10-04 at 17.25.00
samparksetu

ବିପଦ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲାରେ ଏମିତିରେ ବିଦ୍ୟୁତ ବିଭାଗର ମାନମାନି ଯୋଗୁଁ ଜନସାଧାରଣ ଅତିଷ୍ଠ ,ସେଥିରେ ପୁଣି ବିପଦଶଙ୍କୁଳ ଅବସ୍ଥାରେ ଥିବା ମୁକୁଳା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟି ଓ ବିଦ୍ୟୁତ ତାର,ଅସମୟରେ ବିଦ୍ୟୁତ କାଟ ପାଇଁ ଜନ ଜୀବନ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ନିରାପଦ ନୁହେଁ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ମାଉସୀ ମା ମନ୍ଦିର ନିକଟରେ।
ହିନ୍ଦୋଳ ଉପଖଣ୍ଡର ପ୍ରମୁଖ ଧାର୍ମିକ ପୀଠ ମାଉସୀମା ମନ୍ଦିର ଏଠାରେ ଅବସ୍ଥିତ ପ୍ରତ୍ୟେକ ବର୍ଷ ହେଉଥିବା ଉପଖଣ୍ଡ ସ୍ଥରୀୟ ରଥଯାତ୍ରାରେ ନଅ ଦିନ ଧରି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ , ତାଛଡା ଏଠାରେ ସପ୍ତାହକୁ ହେଉଥିବା ଦୁଇଟି ସପ୍ତାହିକ ହାଟରେ ହଜାର ହଜାର ଲୋକ ,ବ୍ୟବସାୟୀ ସମାଗମ ହୁଅନ୍ତି।

ଦୈନିକ ସହ ସହ ଗାଡି ମୋଟର, ପଥଚାରି ମଣିଷ, ସ୍କୁଲ ଛାତ୍ରଛାତ୍ରୀ ଏବଂ ଗୋରୁଗାଈ ଚଳପ୍ରଚଳ ହୁଅନ୍ତି । ଏହି ଟ୍ରାନ୍ସଫର୍ମରକୁ ଲାଗି ମୁଖ୍ୟରାସ୍ତା ଦେଇ ,ଏହାରି ପାର୍ଶ୍ଵଦେଇ ମୁଖ୍ୟ ରାସ୍ତାରେ ସମସ୍ତ ସରକାରୀ ବେସରକାରୀ ବାବୁ, ଭିଆଇପି ଙ୍କ ଗମନାଗମନ ର ମୁଖ୍ୟ ରାସ୍ତା ଇଏ। ବିଦ୍ୟୁତ ବିଭାଗ ଯନ୍ତ୍ରୀ,ଏନ ଏ ସି ନିର୍ବାହୀଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାପାଳ ସମସ୍ତଙ୍କୁ ବହୁତ ଥର ଅଭିଯୋଗ କରାଗଲାଣି ଏପରିକି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାନୀରେ ମଧ୍ୟ ବହୁତ ଥର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଗଲାଣି ଏହି ଟ୍ରାନ୍ସଫର୍ମରଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ, ମାତ୍ର ଯଥାଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି କେବଳ ମିଳୁଛି କିନ୍ତୁ ଯଥାପର ତଥା ପୂର୍ବ ଭଳି ।

ଏହି ମାଉସୀ ମା ମନ୍ଦିର କୁ ଲାଗି ବହୁ ପୁରାତନ ଐତିହାସିକ ଦୋଳମେଳଣ ମଣ୍ଡପ ଏବଂ ପଡିଆ ରହିଅଛି।ଦୋଳମଣ୍ଡପ ପୁନରୁଦ୍ଧାର ପାଇଁ ହିନ୍ଦୋଳ ଏନ ଏ ସି ତରଫରୁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ହୋଇ ସାରିଛି । ମାତ୍ର ଏହି ବିପଦଶଙ୍କୁଳ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ପାଇଁ କାର୍ଯ୍ୟ ଆଗେଇପାରୁନି ଯାହାକି ଲକ୍ଷାଧିକ ଭାଗବତ ପ୍ରେମୀଙ୍କ ମନରେ ଆଘାତ ଦେଇଛି।

ଏଠାରେ ଥିବା ବିଦ୍ୟୁତ ବିଭାଗ ଯନ୍ତ୍ରୀ କାହାରି କଥା କର୍ଣ୍ଣପାତ କରୁନାହାନ୍ତି ଏବଂ ତାଙ୍କୁ କିଛି ଫରକ ମଧ୍ୟ ପଡୁନି। ଏହି ଖୋଲାମେଲା ଟ୍ରାନ୍ସଫର୍ମର ଓ ଶହ ଶହ ଝୁଲୁଥିବା ବିଦ୍ୟୁତ ତାର ପାଇଁ କେତେବେଳେ ଯେ କାହା ଜୀବନ ଚାଲିଯିବ ସେଥିପାଇଁ କିଏ ଦାୟୀ ରହିବ ଏହା ଜନସାଧାରଣ ଙ୍କ ପ୍ରଶ୍ନ।

new life
You might also like
error: Content is protected !!