News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସି ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ଥିତ ୱାର୍ଡ ନଂ୧୨ ବନମାଲିପୁର ସ୍କୁଲରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି।ସ୍କୁଲରେ ଅଧ୍ୟୟନ କରୁଥିବା ୧୫୦ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୋଜା ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରଯାଇଥିଲା।

ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ହିନ୍ଦୋଳ ଏନଏସି ର ପ୍ରିୟ ଯୁବନେତା ତଥା ବରିଷ୍ଠ କାଉନସିଲର ପ୍ରଦ୍ୟୁମ୍ନ ବେହେରା(ଦିଲିପ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୋଷାକ ବଣ୍ଟନ କରିଥିବା ବେଳେ ୱାର୍ଡ ନଂ-୧୦କାଉନସିଲର ଶ୍ୟାମଘନ ଭୁତିଆ, ପରିଚାଳନା କମିଟିର ଅଧ୍ୟକ୍ଷ ହିମାଂଶୁ ମିଶ୍ର, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ସହକାରୀ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଶିକ୍ଷୟତ୍ରୀ ଗାୟତ୍ରୀ ମହାପାତ୍ର,ଜ୍ୟୋତିଶ୍ରୀ ମହାରଣା, ସାବିତ୍ରୀ ବେହେରା ,ଆଶା କର୍ମୀ ଓ ପାଚିକା ବୃନ୍ଦ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ କର୍ମଚାରୀ,ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ବେହେରା ସ୍କୁଲର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।ଉଲେଖ ଯୋଗ୍ୟ ଯେ ୨୦୨୨/୨୩ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରଯାଇଥିଲା।

ପ୍ରଧାନ ଶିକ୍ଷକ ସଭାକର୍ଯ୍ୟ ପରିଚାଳନା କରିଥିବା ବେଳେ ସ୍କୁଲରେ ପାଠପଢା, ଖେଳକୁଦ, ଉର୍ଣ୍ଣୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଅତିଥି ମାନଙ୍କ ସହ ଆଲୋଚନା କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଜନସାଧାରଣ ଓ ଅଭିଭାବକ ମାନେ ବନମାଲିପୁର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

new life
You might also like
error: Content is protected !!