ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଟାଉନ ହଲରେ ଆଜି ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷ ଟିମା ବେହେରା, କାଉନସିଲର ପ୍ରଦ୍ୟୁମ୍ନ ବେହେରା, କାଉନସିଲର ତପନ ପରିଡ଼ା, ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ ଓ ଏନ ଏ ସି କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଓ ଢେଙ୍କାନାଳ ଜିଲ୍ଲାର ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ ଆଜି ହିନ୍ଦୋଳ ଏନ ଏ ସି ର ଶତାଧିକ ପୁରୁଷ ଓ ମହିଳା ନିଜ ନିଜର ନାମ ପଞ୍ଜିକରଣ କରିବା ସହ ଚକ୍ଷୁ ପରୀକ୍ଷା କରିଥିଲେ।
ଲୋକମାନଙ୍କର ଆଖି ପରୀକ୍ଷା କରାଯାଇ ଆଖିରେ ଡ୍ରପ ପକାଯାଇଥିଲା ଏବଂ ମୋତିଆବିନ୍ଦୁ ଅପରେସନ ହେବାକୁ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଚକ୍ଷୁ ହସ୍ପିଟାଲ ତରଫରୁ ସ୍ୱତନ୍ତ୍ର ଗାଡ଼ିରେ ଢେଙ୍କାନାଳ ନିଆଯିବ ଏବଂ ସେଠାରେ ଆବଶ୍ୟକ ଅସ୍ତ୍ରୋପଚାର ସହ ମାଗଣାରେ ଔଷଧ ଇତ୍ୟାଦି ଦିଆଯିବ ବୋଲି ଆୟୋଜକଙ୍କ ଠାରୁ ଜଣାପଡିଥିଲା।