News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସି ରେ ନୂତନ ଦୋକାନ ଗୃହ ଆବଣ୍ଟନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ନୂତନ ଦୋକାନ ଗୃହ ଆବଣ୍ଟନ ହୋଇଛି l ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକଙ୍କ ଉଦ୍ୟମରେ ହିନ୍ଦୋଳ ଏନ ଏ ସି ତରଫରୁ ସ୍ଥାନୀୟ ମେଡିକାଲ ଛକ,ଗୋପବନ୍ଧୁ ଛକ ଓ ଲଷ୍ମୀବଜାରରେ ପ୍ରାୟ ତେର ଗୋଟି ଦୋକାନ ଗୃହ ନିର୍ମିତ ହୋଇଥିଲା l

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୋକାନ ଗୃହ ଗୁଡିକର ବଣ୍ଟନ ପାଇଁ ଟେଣ୍ଡର ମାଧ୍ୟମରେ ଆହ୍ୱାନ କରାଯାଇଥିଲା ଓ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା ।ଏଥିରେ ଏକାଧିକ ବ୍ୟକ୍ତି ଆବେଦନ କରିଥିଲେ ଏବଂ ଆଜି କମିଟି ସଭ୍ୟ, ଉପାଧ୍ୟକ୍ଷା , ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ପ୍ରତିନିଧି ତଥା ହିନ୍ଦୋଳ ସହକାରୀ ଜିଲ୍ଲାପାଳ ଓ ଆବେଦନ କାରୀଙ୍କ ଉପସ୍ଥିତରେ ଏହି ଟେଣ୍ଡର ଖୋଲାଯାଇ ଲଟେରୀ କରାଯାଇଥିଲା।

ଏଥିରେ ବିଜେତା ମାନଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯାଇଥିଲା , ମେଡିକାଲ ଛକ ରେ ବିସ୍ଥାପିତ ବ୍ୟବସାୟୀ ମାନଙ୍କୁ ଭେଣ୍ଡିଂଜୋନ ଗୃହମାନଙ୍କରେ ଥଇଥାନ କରାଯିବାକୁ ନିଷ୍ପତି ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଶ୍ରୀ ଗଜାନନ ପ୍ରଧାନ,ନିର୍ବାହୀ ଅଧିକାରୀ ଶ୍ରୀ ଏସ ଶ୍ରୀନିଭାସ, ଉପାଧ୍ୟାକ୍ଷା ଟିମା ବେହେରା, ବରିଷ୍ଠ କାଉନସିଲର ପ୍ରଦ୍ୟୁମ୍ନ ବେହେରା, କମିଟି ସଦସ୍ୟ ବୃନ୍ଦ ଓ ସମସ୍ତ ଆବେଦନକାରି, ଏନ ଏ ସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!