News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ସାରା ଓଡ଼ିଶାରେ ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ସେହିପରି ବନ୍ୟା ପ୍ରପୀଡ଼ିତ ମାନଙ୍କ ପ୍ରତି ସମବେଦନା ଜଣାଇ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଅତି ନିରାଡ଼ମ୍ବର ଭାବରେ ସ୍ୱାୟତ୍ତ ଦିବସ ପାଳନ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ସକାଳେ ସହରରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଧୂପଦୀପ ଦେଇ ଶ୍ରଦ୍ଧାସୁମାନ ଅର୍ପଣ କରାଯାଇଥିଲା।

ତତ୍ପରେ ହିନ୍ଦୋଳ ଏନଏସି କାର୍ଯ୍ୟାଳୟ ଠାରେ ମୁଖ୍ୟଅତିଥି ଙ୍କ ଦ୍ୱାରା ଜାତୀୟପତାକା ଉତ୍ତୋଳନ କରାଯାଇଥିଲା ମୁଖ୍ୟ ଅତିଥି ଭାବରେ ହିନ୍ଦୋଳ ଏନଏସି ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟିମା ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସନମାନିତ ଅତିଥି ଭାବରେ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ରମେଶ ସାହୁ, ଶ୍ୟାମଘନ ଭୁତିଆ, ତପନ ପରିଡା ରୀନା ବେହେରା, ଲବଙ୍ଗ ଦେଇ, ଏନାୟତ ତୁଲ୍ଲା ଖାଁ,ବିଜୟ ଦାସ ,ପଳଉ ଦେହୁରୀ, ବିଜୟ ପ୍ରଧାନ, ପ୍ରଦୀପ ବେହେରା, ସୁବାଷ ବେହେରା ଓ ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ ଯୋଗ
ଦେଇଥିଲେ ।

ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ହିନ୍ଦୋଳ ଏନଏ ସି ର ସମସ୍ତ ଜନସଧାରଣଙ୍କୁ ଶୁଭକାମନା ଜଣାଇବା ହିନ୍ଦୋଳର ପ୍ରଗତିରେ ତାଙ୍କର ସମସ୍ତ ପ୍ରକାର ସହଯୋଗରେ ସଦାସର୍ବଦା ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ।ଆଜିର ଏହି ପବିତ୍ର ସ୍ୱାୟତ୍ତ ଶାସନ ସମ୍ବନ୍ଧରେ ମୁଖ୍ୟ ଅତିଥି ଅଭିଭାଷଣ ପ୍ରଦାନ କରିବା ସହ ହିନ୍ଦୋଳ ଏନ ଏ ସି ର ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ନୂତନ ପୋଷାକ ବଣ୍ଟନ କରାଯାଇଥିଲା ଏବଂ ମୁକ୍ତା ଯୋଜନାରେ ସହରରେ ହେବାକୁ ଥିବା ନୂତନ ଭେଣ୍ଡିଂଯୋନ କାର୍ଯ୍ୟାଦେଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରଦାନ କରାଯାଇଥିଲା।

new life
You might also like
error: Content is protected !!