News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ନରସିଂହପୁର ପିଛୁଳି ଘାଟିରେ ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣା , ୧୦ ଗୋରୁ ମୃତ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ଗୋ ଚାଲାଣ। ଗାଈଗୋରୁ ଚାଲାଣ ପାଇଁ ଘଟୁଛି ଅଘଟଣ କାରଣରେ ଚାଲିଯାଉଛି ନିରୀହ ପଷୁଙ୍କ ଜୀବନ । ଓଡ଼ିଶାର ଅନେକ ସ୍ଥାନରେ ଗୋରୁ ମାଫିଆ ମାନଙ୍କର ଦୌରାତ୍ମ୍ୟ ରାଜ୍ୟରେ ଆତଙ୍କବାଦୀଙ୍କ ଭ୍ରମ ସୃଷ୍ଟି କରୁଛି।ହିନ୍ଦୋଳ-ନରସିଂହପୁର ସୀମାବର୍ତ୍ତୀ ଘାଟି ଅଞ୍ଚଳ ଏବେ ଚୋରା କାରବାରର ପ୍ରମୁଖ ରାସ୍ତା ସାଜିଥିବା ବେଳେ ଆଜି ଭୋର୍ ସମୟରେ ହିନ୍ଦୋଳରୁ ନରସିଂହପୁର ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ମିନି ଟ୍ରକ୍ ଓଲଟି ପଡିଛି।

ଟାଟା ଇଣ୍ଟ୍ରା ନାମକ ମିନି ଟ୍ରକରେ ୧୬ ଟି ଗୋରୁ ଲଦି ନେଉଥିବା ବେଳେ ଭାରସାମ୍ଯ ହରାଇ ପିଛୁଳି ଘାଟିର ଦୁଇ ନମ୍ବର ବୁଲାଣିଠାରେ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗୋରୁଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ୫ଗୋରୁ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ହିନ୍ଦୋଳ ଏବଂ ନରସିଂହପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!