News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା, ଶବ ରଖି ପ୍ରତିବାଦ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଶବ ରଖି ପ୍ରତିବାଦ କରିବା ସହିତ କ୍ଷତି ପୂରଣ ଏବଂ ହାତୀଙ୍କ ଉପଦ୍ରଵକୁ ସୁରକ୍ଷା ଦେବାକୁ ଦାବି କରିଥିଲେ ।ଚଳିତ ବର୍ଷ ହିନ୍ଦୋଳରେ ୩୦ ଜଣଙ୍କ ଜୀବନ ଚାଲିଯାଇଥିଲେ ମଧ୍ୟ ବନବିଭାଗ କିମ୍ବା ପ୍ରଶାସନ ଜନସାଧାରଣ ଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ।

ପୁରୁଷତମପୁର , ଗ୍ରାମର ନାରାୟଣ ନାଏକ ସୋମବାର ସନ୍ଧ୍ୟା୫ଟା ସମୟରେ କୌଣସି କାର୍ଯ୍ୟରେ ନିଜ ବାଡ଼ି ପାର୍ଶ୍ଵରେ ଥିବା ଜମିକୁ ଯାଇଥିଲେ ।ସେଠାରୁ ପୂର୍ବରୁ ଛପିଥିବା ଏକ ବଡ଼ ଦନ୍ତା ହାତୀ ହଠାତ ନାରାୟଣଙ୍କୁ ଆକ୍ରମଣ କରିବା ସହିତ ଦଳିଚକଟି ଶୁଣ୍ଢରେ କଚାଡି ଦେଇଥିଲା । ଫଳରେ ନାରାୟଣଙ୍କ ବାମ ଗୋଡ଼ ଦୁଇଖଣ୍ଡ ହେବା ସହିତ ସେ ଗୁରୁତର ଆହତ ହୋଇଥିଲେ ।ନାରାୟଣ ଙ୍କୁ ଉଦ୍ଧାର କରି ହିନ୍ଦୋଳ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାକୁ ନେଇ ସାହି ବାସିନ୍ଦା ଆଜି ଶବକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ପରିବାର ବର୍ଗଙ୍କୁ କ୍ଷତିପୂରଣ ସହିତ ସ୍ଥାନୀୟ ଅଞ୍ଚଳରୁ ହାତୀଙ୍କୁ ଘଉଡାଇବା ସହିତ ଜନଜୀବନକୁ ସୁରକ୍ଷା ଦାବିରେ ଆନ୍ଦୋଳନ କରିଥିଲେ । ଖବର ପାଇ ହିନ୍ଦୋଳ ଏସଡିପିଓ ଙ୍କ ସହିତ ହିନ୍ଦୋଳ ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!