News
WhatsApp Image 2023-10-04 at 17.25.00
samparksetu

ନାବାଳକ କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୪ ନମ୍ବର ୱାର୍ଡରେ ଭଡାଘରେ ରହୁଥିବା କାର୍ଯ୍ୟରତ କିରାଣୀ ଏକ ନାବାଳକ କୁ ବାଡ଼ିରେ ମରଣାତ୍ମକ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ , ହିନ୍ଦୋଳ ଏନ୍ ଏ ସି ୩ ନମ୍ବର ୱାର୍ଡ଼ ର ଅଶୋକ ସାହୁ ଙ୍କ ସାନ ପୁଅ ସରୋଜ ସାହୁ (୧୪) ଘର ବାହାରେ ଖେଳୁଥିବା ସମୟରେ ଅଚାନକ ସରୋଜ ଙ୍କ ହାତରୁ ନିଜ ଚପଲ ପଡିଶା ଘର ବୁଲାପାଳ ଙ୍କ ଘରଭିତରେ ଯାଈ ପଡିଥିଲା l ଫଳ ରେ ଭଡାରେ ରହିଥିବା ହିନ୍ଦୋଳ ଏନ୍ ଏ ସି ର କାର୍ଯ୍ୟରତ କିରାଣୀ ପ୍ରଦୀପ ପଣ୍ଡା ଉତକ୍ଷିପ୍ତ ହୋଇ କିଛି ନ ବୁଝି ପିଲାଟିକୁ ଘର ଦୁଆରେ ଏକ ବାଡ଼ି ସାହାଯ୍ୟରେ ନିସ୍ତୁକ ମାଡ ମାରିଛନ୍ତି ବୋଲି ପରିବାର ଲୋକେ ଜଣାଇଛନ୍ତି l

ପ୍ରଦୀପ ଙ୍କ ଏଭଳି ଅମାନୁଷିକ କାର୍ଯ୍ୟ ପାଖ ପଡିଶା ଲୋକେ ଦେଖି ଘର ଲୋକଙ୍କୁ ଜଣାଇବାରୁ ନାବାଳକ କୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ପ୍ରଥମେ ହିନ୍ଦୋଳ ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇ ଉକ୍ତ ଘଟଣା ସମ୍ବନ୍ଧରେ ଥାନାରେ ଜଣାଇଛନ୍ତି l ଘଟଣାର ଯାଞ୍ଚ କରି ଦୋଷୀ କିଆଣିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ତଥା ନ୍ୟାୟ ମିଳିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହିନ୍ଦୋଳ ଏନ୍ ଏ ସି ର କାର୍ଯ୍ୟରତ କିରାଣୀ ହିନ୍ଦୋଳ ଥାନାରେ ଅଟକ ଥିବା ଜଣାପଡିଛି l

new life
You might also like
error: Content is protected !!