News
WhatsApp Image 2023-10-04 at 17.25.00
samparksetu

ହାତୀ ଘେରରେ ହିନ୍ଦୋଳ ,ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ ଜିଲ୍ଲାରେ ଫେଲ ମାରିଛି ବନବିଭାଗ । ଯାହାବି ହୋଇଗଲେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ବିଭାଗର । ସର୍ବୋପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନବିଭାଗର ଅପାରଗତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି ।ବର୍ତ୍ତମାନ ହିନ୍ଦୋଳ ରେ ପ୍ରାୟ ୨୫୦ ରୁ ୩୫୦ ବଣୁଆ ହାତୀ ରହିଥିବା ଜଣାପଡିଛି ।

ବର୍ଷେ ଭିତରେ ପ୍ରାୟ ୩୦ଜଣ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୦ ରୁ ୧୫ ହାତୀ ମଧ୍ୟ ଶିକାରୀଙ୍କ ଫାଶ ଓ ଅନ୍ୟାନ୍ୟ କାରଣ ହେତୁ ମୃତ୍ୟୁବରଣ କରିସାରିଲେଣି । ଜଙ୍ଗଲୀ ହାତୀମାନେ ଜନବସତି ମୁହାଁ ହେବା ସହ ବ୍ୟାପକ ଫସଲ ହାନି ମଧ୍ୟ ଘଟାଉଛନ୍ତି । ସେହିପରି ହିନ୍ଦୋଳ ଏନଏସି ମଧ୍ୟ ବର୍ତମାନ ହାତୀ ଘେରାବନ୍ଦୀରେ ରହିବା ସହ ହାତୀ ଉପଦ୍ରଵ ଯୋଗୁଁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଏହି କିଛି ଦିନ ମଧ୍ୟରେ ହିନ୍ଦୋଳ ଉପଖଣ୍ଡର ଚିତ୍ତଳପୁର, ପଞ୍ଚୁପଡା, ନୂଆ, ଠୋକର, ରଂଜଗୋଳ, କଳିଙ୍ଗା, ଜରଡ଼ା, ମାଧପୁର ଇତ୍ୟାଦି ଅଞ୍ଚଳରେ ହାତୀ ବ୍ୟାପକ ଫସଲ ନଷ୍ଟ କରିଥିବାରୁ ଜନସାଧାରଣ ମୁଣ୍ଡରେ ହାତ ଦେଇ ବସିଲେଣି ।ଏପଟେ ବନବିଭାଗର ଅପରାଗତା ପାଇଁ ଓ ହିନ୍ଦୋଳ ରେଞ୍ଜରଙ୍କ ଅପାରଗତା ପାଇଁ ବନବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି ।

ବନବିଭାଗ ବିଭିନ୍ନ ସ୍ଥାନରେ ଟ୍ରେଞ୍ଜ ଖୋଳିବା, ପୋଖରୀ ଖୋଳିବା, ଜଙ୍ଗଲ ରାସ୍ତା ମରାମତି କରିବା, ସୋଲାର ଲଗାଇବା, ଚାରା ଲଗାଇବା ଇତ୍ୟାଦି ନାମରେ କୋଟି କୋଟି ଟଙ୍କାର କାର୍ଯ୍ୟ କରି ନିଜର ପକେଟ ଫୁଲ କରିବା ସହ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ମୁନାଫା ଲାଭରେ ସାହାଯ୍ୟ କରିବାରେ ସମୟ ବିତାଇଦେଉଥିବା ଜନସାଧାରଣଙ୍କୁ ବ୍ୟଥିତ କରିସାରିଲାଣି । ହାତୀ ଉପଦ୍ରଵ ରୋକିବା ଓ ସୋଲାର ଲଗାଇବା ଇତ୍ୟାଦି କାର୍ଯ୍ୟ ପାଇଁ ଦୁରଦୃଷ୍ଟି ଅଭାବ ଓ ସୁଚିନ୍ତିତ ଯୋଜନା ବିନା ନାମକୁ ମାତ୍ର ପ୍ରଚାର ମାଧ୍ୟମରେ ଜନସଚେତନତା କରାଇବା ପାଇଁ ଆଜି ବନବିଭାଗ ହିନ୍ଦୋଳରେ ଫେଲ ମାରିଛି ଯାହା ଫଳରେ ହାତୀ ଆକ୍ରମଣରେ ମଣିଷ ମରିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇସାରିଛି,ସେପଟେ ଜଙ୍ଗଲ ଧ୍ବଂସ ସହ,ହାତୀ ସହ ବିଭିନ୍ନ ବନ୍ୟଜନ୍ତୁ ମଧ୍ୟ ଅବାଧରେ ଶିକାର ହେଉଥିବା ଫଳରେ ପରିବେଶ ଅସନ୍ତୁଳନ ଅବସ୍ଥାରେ ପହଞ୍ଚିଲାଣି ।

new life
You might also like
error: Content is protected !!