News
WhatsApp Image 2023-10-04 at 17.25.00
samparksetu

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି ।

ଏହି ଗ୍ରାମରେ ୮ ଜଣ କିଡନୀ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ୪ଜଣ ଚିକିତ୍ସିତ ହେଉଛନ୍ତି । ଲୋକଙ୍କ କହିବା ଏ ନେଇ ପ୍ରଶାସନ କୁ ଅନୁରୋଧ କଲେ ମଧ୍ୟ କିଛି ଫଳ ମିଳି ପାରୁନାହିଁ । ତେବେ ଏ ସମସ୍ୟାକୁ ନେଇ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କ କହିବା ଅନୁଯାୟୀ , ଏହି ସମସ୍ୟାକୁ ବିଚାରକୁ ନେଇ ତୁରନ୍ତ ଲୋକଙ୍କ ଜଳକଷ୍ଟ ଦୂର କରାଯିବ ।

new life
You might also like
error: Content is protected !!