News
WhatsApp Image 2023-10-04 at 17.25.00
samparksetu

ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜ୍ୟ ଯୁବନୀତି-୨୦୧୩ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଅତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ପାରିକୂଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ, ମୂଖ୍ୟ ଅତିଥି ଭାବେ ଉଦଯାପନୀ ଉତ୍ସବରେ ବାଳିକା ମାନଙ୍କୁ ଆତ୍ମରକ୍ଷା କୌଶଳର ମହତ୍ତ୍ୱ ଉପରେ ବର୍ଣ୍ଣନା କରି ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ଉକ୍ତ ଶିବିରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧିରେନ କୁମାର ପାଣି, ଛାତ୍ରୀମାନେ କିପରି ବିପଦକୁ ସାମ୍ନା କରିପାରିବେ ତା’ ଉପରେ ଗୁରୁତ୍ତ୍ୱ ଉପଦେଶ ଦେଇଥିଲେ । ସମ୍ମାନୀତ ଅତୀଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଛାତ୍ରୀ ମାନଙ୍କୁ ଉଦ୍ଦବୋଧନ ଦେଇଥିଲେ ।

ଖେଳ ଶିକ୍ଷକ ବିପ୍ରବର ଗଡନାୟକ ଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ସହକର୍ମୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିବିର ଗତ ଜାନୁୟାରୀ ୦୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୦୮ ଦିନ ହେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଆୟୋଜିତ ହୋଇଥିଲା ।

ଜନତା ମହାବିଦ୍ୟାଳୟର ମାଷ୍ଟର ଟ୍ରେନର ସୁଭଶ୍ରୀ ସାହୁ ଓ ସୁପ୍ରିୟା ସେଠୀ, ସମସ୍ତ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କୌଶଳ ତାଲିମ ଦେଇଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୫ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

new life
You might also like
error: Content is protected !!