News
WhatsApp Image 2023-10-04 at 17.25.00
samparksetu

ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦାଳ ବ୍ଲକ ନବକିଶୋରପରୁ ପଞ୍ଚାୟତ ଖଇରାବାହାଳୀ ହରିଜନ ସାହିକୁ ରାସ୍ତା ଏବଂ ସାପୁଆ ନାଳରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

ଅଭିଯାଗ ଅନୁସାରେ , ଚିଲତଇଲା ଗ୍ରାମ ଠାରୁ ଖଇରାବାହାଳୀ ଗ୍ରାମ ହରିଜନ ସାହି ଦେଇ ସରକାରୀ ରାସ୍ତାଟି ସିଧା ନବକିଶୋର ପୁର
ପଞ୍ଚାୟତକୁ ଯାଇଛି ।

ଚିଲତଇଳା ଗ୍ରାମ ଏବଂ ହରିଜନ ସାହିର ୨ଶହ ପରିବାର ଦୈନିକ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହି ଆରଡି ରାସ୍ତାକୁ ଦୁଇ ଥର ସର୍ଭେ କରାଯାଇଥିଲେ ମଧ୍ୟ ରାସ୍ତା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଅନ୍ୟତ୍ର ହରିଜନ ଲୋକଙ୍କ ନମାରେ ରେକର୍ଡ ଥିବା ଜମିରେ ରାସ୍ତା ନିର୍ମାଣ ପାଇଁ ଯୋଜନା ଚାଲିଛି । ଏହାକୁ ନେଇ ହରଜି ନ ସାହିର ଲୋକମାନେ ତାଙ୍କର ରେକର୍ଡ ଜମିରେ ରାସ୍ତା ନକରି ସରକାରୀ ଜମିରେ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି ।

new life
You might also like
error: Content is protected !!