News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ଟଙ୍କା ହଡ଼ପ ପାଇଁ ଚକ୍ରାନ୍ତ!

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଅମାନବୀୟ ଘଟଣା, ସ୍ୱାମୀର ହାତୀ ଆକ୍ରମଣରେ ମୃତ୍ୟୁପରେ କ୍ଷତିପୂରଣ ଟଙ୍କା ହଡପ ପାଇଁ ହୋଇଛି ମହାଚକ୍ରାନ୍ତ । ଖବରରୁ ପ୍ରକାଶ ଯେ , ଗତ ସେପ୍ଟେମ୍ବର ୮ ତାରିଖରେ ହିନ୍ଦୋଳ-ବ୍ଲକ ଗଲାପଡା ପଂଚାୟତ କୋଠାଳୁ ଗ୍ରାମର ରଣଜିତ ମହାପାତ୍ରଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମୃତ୍ୟୁ ହୋଇଥିଲା ।

ରଣଜିତଙ୍କ ମୃତ୍ୟୁ ପରେ ତାଙ୍କ ବିବାହିତା ପତ୍ନୀ ଅଞ୍ଜଳି ସାହୁ ବନବିଭାଗ ନିକଟରେ କ୍ଷତିପୂରଣ ନିମନ୍ତେ ଦରଖାସ୍ତ କରିଥିଲେ ମାତ୍ର ଦଇବ ଦାଉ ସାଧିଲା । ଅଞ୍ଜଳି ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ରଣଜିତଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ବିବାହ ବେଳର ବହୁ ଫୋଟୋ ମଧ୍ୟ ତାଙ୍କ ପାଖରେ ଅଛି ମାତ୍ର ଶଶୁର ଘର ଲୋକ ଏହି ବିବାହକୁ ଅସ୍ବୀକାର କରୁଥିବାରୁ ରଣଜିତ ଓ ଅଞ୍ଜଳି ଅନ୍ୟତ୍ର ରହୁଥିଲେ । ରଣଜିତଙ୍କ ମୃତ୍ୟୁପରେ ଶଶୁରଘର ଲୋକ, ନଣନ୍ଦ ମାନେ ମୃତ୍ୟୁ ଜନିତ ଟଙ୍କା ହାତେଇବାକୁ ଅଞ୍ଜଳିଙ୍କୁ ଅସ୍ବୀକାର କରିବା ସହ ରଚିଲେ ଭୟଙ୍କର ଷଡଯନ୍ତ୍ର । ଅଞ୍ଜଳି ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ୱେ ତାଙ୍କ ଦୁଃଖ କେହି ଶୁଣିଲେନି ଓ ରଣଜିତଙ୍କ ପତ୍ନୀ ବୋଲି ପ୍ରମାଣ ବାହାନା କରିଥିଲେ ।

ମୃତ୍ୟୁ ପ୍ରଣାମପତ୍ର ପାଇଁ ଅଞ୍ଜଳି ସ୍ଥାନୀୟ ଆର ଆଇ ଙ୍କ ପାଖକୁ ଯିବାରୁ ତାଙ୍କୁ ନପାଇବାରୁ ଗତ ଅକ୍ଟୋବର ୧୭ରେ ହିନ୍ଦୋଳ ତହସିଲ ଅଫିସ ଯାଇଥିଲେ ଏବଂ ନିଜ ଭାଉଜଙ୍କ ସହ ସେଠାରେ ଆର ଆଇ ଚନ୍ଦନ ଦାସଙ୍କୁ ଦେଖା କରି ମୃତ୍ୟୁ ପ୍ରଣାମ ପତ୍ର କଥା ପଚାରିବାରୁ ସେ ମହାଶୟ ବିଧବା ନିରାଶ୍ରୟା ଅଞ୍ଜଳିଙ୍କୁ ଗାଳିଗୁଲଜ କରିଥିଲେ ।

ଫଳରେ ଅଞ୍ଜଳି ବାଧ୍ୟହୋଇ ଲିଖିତ ଭାବରେ ଥାନାରେ ଅଭିଯୋଗ କରିଥିଲେ । ହାତୀ ମୃତ୍ୟୁ ଜନିତ ଟଙ୍କା କୁ ହଡପ କରିବାକୁ ମୃତ ରଣଜିତଙ୍କ ଦୁଇ ଭଉଣୀ ଆର ଆଇ ଙ୍କ ସହ ମିଶି ଭୟଙ୍କର ଷଡଯନ୍ତ୍ର କରିଥିବା ବେଳେ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଏଥିରେ ହାତ ରହିଛି ବୋଲି ବିଧବା ଅଞ୍ଜଳି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!