News
WhatsApp Image 2023-10-04 at 17.25.00
samparksetu

ରକେନାଲ ରେ ବୁଡ଼ିଯାଇ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳରେ ପତଳା ଗ୍ରାମ ନିକଟସ୍ଥ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜଣେ ମହିଳା ଗାଧୋଇବା ବେଳେ ପାଣି ରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡିଛି । ମହିଳା ଜଣଙ୍କ ହେଉଛନ୍ତି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ଏକଘରିଆ ଗ୍ରାମ ର ନିହଲି ବେହେରା( ୬୦) ତାଙ୍କ ଭାଇଙ୍କ ଶୁଦ୍ଧିକ୍ରିୟା ରେ ଯୋଗ ଦେବାକୁ ବାପ ଘର ପତଳା କୁ ଆସିଥିଲେ। ତାଙ୍କ ଭାଇଙ୍କ ର ଆଜି ତେର ଅଂଆଳ ଦିବସରେ ଗ୍ରାମ ନିକଟସ୍ଥ କେନାଲ କୁ ଗାଧୋଇବା ପାଇଁ ଯାଇଥିଲେ।

କେନାଲରେ ଗାଧୋଇବା ବେଳେ ତାଙ୍କ ଗୋଡ ଖସିଯିବାରୁ ମହିଳା ଜଣଙ୍କ ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଖୋଜାଖୋଜି କରି ପାଣି ରୁ ଉଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଡାକ୍ତରଖାନା ରେ ଡାକ୍ତର ମହିଳା ଙ୍କୁ ମୃତ ଘୋଷଣା କରିଥିଲେ।

new life
You might also like
error: Content is protected !!