News
WhatsApp Image 2023-10-04 at 17.25.00
samparksetu

ଚେନ୍ନାଇରେ ଢେଙ୍କାନାଳ ଯୁବକ ଙ୍କ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ ଯୁବକ ସୁଦୂର ଚେନ୍ନାଇ ରେ ପ୍ରେମରେ ପ୍ରତାରଣା ଯୋଗୁଁ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ଘଟିଯାଇଛି।ବିଗତ ୪  ବର୍ଷ ଧରି ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଲ ପାଇ ବସି ଉଭୟଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ହଠାତ ଏଥିରେ ଝଡ଼ ଆସିବାରୁ ପ୍ରେମିକ ଜଣଙ୍କ ନିଜ ବେକରେ  ଫାସ ଲଗାଇ ଆତ୍ମହତ୍ୟା କରିବା ଭଳି ଏକ ଘଟଣା  ଘଟିଯାଇଛି ଚେନ୍ନାଇର ପି ଏମ ପି ନଗରର  ପାଢ଼ୀ ନାମକ ଏକ ସ୍ଥାନରେ। 

ଘଟଣାରୁ ପ୍ରକାଶ ଯେ, ହିନ୍ଦୋଳ ଥାନା ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ୧୨ ନଂ ୱାର୍ଡର କlନ୍ଦରlଶୁଣି ସାହିର ଅକ୍ଷୟ ନାୟକଙ୍କ ପୁଅ ଅଜିତ ନାୟକ (୨୦) ଗତ ତିନି/ ଚାରି ବର୍ଷ ହେବ ତାମିଲନାଡୁ ରାଜ୍ୟର ଚେନ୍ନାଇ ସ୍ଥିତ ପି ଏମ ପି ନଗର ପାଢ଼ୀ ନାମକ ଏକ ସ୍ଥାନରେ ଥିବା ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ।

ତାଙ୍କର ଢେ଼ଙ୍କାନାଳ ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଜଣେ ଝିଅ ସହିତ କୌଣସି ପ୍ରକାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିଗତ ୪ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ରୁ ନିବିଡ଼ତ୍ତର ହୋଇ ଯାଇଥିଲା। ମୃତକର ବାପା ଅକ୍ଷୟ ଙ୍କ ଲିଖିତ ଅଭିଯୋଗ ଅନୁସାରେ ଯୁବତୀ ଜଣଙ୍କ କୁଆଡେ ତାଙ୍କ ପୁଅ ଠାରୁ ବିଭିନ୍ନ ସମୟରେ ନିଜ ବ୍ୟକ୍ତିଗତ ଖର୍ଚ୍ଚ ସହ ଝlରସୁଗୁଡ଼ା ଯାଇ କୌଣସି ଏକ ସଂସ୍ଥାରେ କାମ କେରିବାକୁ କିଛି ପଇସା ନେଇ ଥିଲେ। ସମ୍ପର୍କ ନିବିଡ଼ ଥିବାରୁ ତାଙ୍କ ପୁଅ ଅଜିତ ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ତାର ପ୍ରେମିକା ପାଞ୍ଚାଳି କୁ ବିବାହ ନକରି ମଧ୍ୟ ନିଜ ଘରକୁ ନେଇ ଆସିବାକୁ ନିଜ ପରିବାର ନିକଟରେ ଜିଦ ଧରି ବସିଥିଲେ। ତେବେ ଇତି ମଧ୍ୟରେ କୌଣସି କାରଣକୁ ନେଇ ଗତ ୧୦ ତାରିଖ ଶନିବାର ରାତିରେ ପ୍ରେମିକ ଅଜିତ କମ୍ପାନୀ ପରିସରରେ ନିଜେ ରହୁଥିବା କୋଠରୀ ମଧ୍ୟରେ ବେକେରେ ଫାସ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡି ଥିଲା।

ଅଜିତିର ବାପା ଅକ୍ଷୟ ମଧ୍ୟ ସେହି ଅଞ୍ଚଳରେ କୌଣସି କମ୍ପାନୀରେ କାମ କରନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଟି ତିନି ପୋଲିସ ଥାନା ଏଲ ଆଣ୍ଡ ଓ ପକ୍ଷରୁ ୪୮୨/ ୨୦୨୨ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଜବତ କରାଯିବା ସହ ବ୍ୟବଚ୍ଛେଦ କରାଇ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଘର ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ( ଏନ ଏ ସି) କlନ୍ଦରl ଶୁଣି ଗ୍ରାମକୁ ପଠାଇ ଦେଇଥିଲା। ଏହି ଘଟଣାରେ ଦୁଃଖରେ ମ୍ରିୟ ମlଣ ହୋଇ ପଡି ଥିବା ଯୁବକର ବାପା ମା ସୀଧା ସଳଖ ଯୁବତୀ ଜଣଙ୍କୁ ଦୋଷlରୋପ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୃତକର ବାପl ଅକ୍ଷୟ ନାୟକ ମାଡ୍ରାସର ପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି।

new life
You might also like
error: Content is protected !!