News
WhatsApp Image 2023-10-04 at 17.25.00
samparksetu

ଅଧାରେ ଅଟକିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ,କବାଟ ତାଡି ରୋଗୀଙ୍କୁ କରଗଲା ଉଧାର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ପୁଣି ଲିଫ୍ଟ ଅଚଳାବସ୍ଥା ଦେଖାଦେଇଛି । ବିଦ୍ୟୁତ ଚାଲିଯିବାରୁ ଲିଫ୍ଟଟ ଅଧାରୁ ଅଟକିଯାଇଥିଲା । ରୋଗୀ ଓ ରୋଗୀ ସମ୍ପର୍କୀୟ ଦୀର୍ଘ ସମୟ ଫସି ରହିଥିଲେ । ସୁରକ୍ଷା କର୍ମୀ କବାଟ ତାଡି ବାହାର କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ପ୍ରବଳ ବର୍ଷା ପବନ ଆରମ୍ଭ ହୋଇଥିଲା । ଫଳରେ ବାରମ୍ବାର ବିଦ୍ୟୁତ କଟୁଥିଲା । ଏହି ସମୟରେ ୫ରୁ ୬ ଜଣ ରୋଗୀ ଓ ରୋଗୀ ସମ୍ପର୍କୀୟ ୨ ନଂ ଲିଫ୍ଟରେ ଯାଉଥିଲେ । ବିଦ୍ୟୁତ ଚାଲିଯିବାରୁ ତାହା ଅଧାରୁ ଅଟକି ଯାଇଥିଲା । ଭିତର ଅନ୍ଧାର ହୋଇଯାଇଥିଲା । ଲୋକେ ଭୟଭିତ ହୋଇ ପଡିଥିଲେ । ଲିଫ୍ଟର ପରିଚାଳନା ପାଇଁ ଥିବା ସୁରକ୍ଷାକର୍ମୀ ଅନ୍ୟମାନଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ଅନ୍ୟ ସୁରକ୍ଷା କର୍ମୀ ଓ ଲାଇନମ୍ୟାନ ପ୍ରମୁଖ ପହଞ୍ଚି ବାହାର କରିବାକୁ ଚେଷ୍ଟା କରିଥିଲେ । ଶେଷରେ ଲିଫ୍ଟ କବାଟ ତାଡି ବାହାର କରାଯାଇଥିଲା । ଯାହାକୁ ନେଇ ରୋଗୀ ଭୟଭିତ ହୋଇ ପଡିଥିଲେ ।

new life
You might also like
error: Content is protected !!