News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅରୁଚିକର ଖାଦ୍ୟ ବଣ୍ଟନ

ରାଜ୍ୟ ସରକାର ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ଦିନକୁ ତିନି ଥର ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି l ବିଭିନ୍ନ ହସ୍ପିଟାଲରେ ମିଶନ ଶକ୍ତି ମାନଙ୍କ ସହାୟତାରେ ବଣ୍ଟନ କରାଯାଉଛି l ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନ ଶକ୍ତି ଦ୍ୱାରା ବଣ୍ଟନ କରାଯାଉଥିବା ଖାଦ୍ୟରେ ଘଟିଛି କିଛି ବ୍ୟତିକ୍ରମ l

ଆଜି ଦ୍ୱିପ୍ରହର ଦୁଇଟା ପରେ ପ୍ରସୂତି ବିଭାଗରେ ଖାଦ୍ୟ ବଣ୍ଟନ କରାଯାଉଥିଲା l ପ୍ରଦାନ କରାଯାଉଥିବା ଖାଦ୍ୟ ରୁଚିକର ଏବଂ ସୁଷମ ଖାଦ୍ୟ ନଥିଲା l ତାଛଡା ସକାଳ ଡାକ୍ତରଙ୍କ ପରିଭ୍ରମଣ ପରେ ଦିଆଯାଇଥିବା ସମସ୍ତ ଟୋକେନଧାରୀ ମାନଙ୍କୁ ଖାଦ୍ୟ ମଧ୍ୟ ମିଳିପାରିନାହିଁ l ସେମାନେ ଲାଇନରେ ଛିଡା ହୋଇଥିବା ବେଳେ ଖାଦ୍ୟ ବଣ୍ଟନ କରୁଥିବା ବ୍ୟକ୍ତିମାନେ କହିଲେ ଖାଦ୍ୟ ଆସୁଛି l ମାତ୍ର ଦିନ ତିନିଟା ପର୍ଯ୍ୟନ୍ତ ଖାଦ୍ୟ ମିଳିଲାନାହିଁ l ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା l ସେମାନେ ସେହି ମିଶନ ଶକ୍ତି ମା’ ମାନଙ୍କୁ ଡକାଇଥିଲେ, ମାତ୍ର କେହି ଆସିଲେ ନାହିଁ l ଦ୍ୱିତୀୟ କଥା ହେଲା ଖାଦ୍ୟ ମେନୁ ଅନୁସାରେ ଖାଦ୍ୟ ବଣ୍ଟନ କରାଯାଏ l ଆଜି ତିନି ମହଲାରେ ରୋଗୀ ମାନଙ୍କୁ ଅଣ୍ଡା ବଣ୍ଟନ କରାଯାଉଥିବାର ସୂଚନା ମିଳିଲା, କିନ୍ତୁ ପ୍ରସୂତି ବିଭାଗରେ ଡାଲି ତରକାରୀ ନଥିବା ବେଳେ କେବଳ ସୋୟା ବଡି ଝୋଳ କମ୍ ମାତ୍ରାରେ ଦିଆଯାଇଥିଲା l ପ୍ରସୂତି ବିଭାଗରେ ମା’ ମାନଙ୍କୁ ଏହି ମିଶନ ଶକ୍ତିର ମା’ ମାନେ ଏପରି କାହିଁକି ଅବହେଳା କରୁଛନ୍ତି l ଯଦିଓ ଏହା କୌଣସି ଲାଭକାରୀ ସଂସ୍ଥା ନୁହଁ l ଏହି ତ୍ରୁଟି ସମ୍ପର୍କରେ ଅନେକ ରୋଗୀଙ୍କ ସମ୍ପର୍କୀୟ ମାନେ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ l ଜିଲ୍ଲା ହସ୍ପିଟାଲ ଗୁଡିକରେ ସୁଷମ ଏବଂ ସୁରୁଚି ଖାଦ୍ୟ ବଣ୍ଟନ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

new life
You might also like
error: Content is protected !!