ରାଜ୍ଯ ସରକାରଙ୍କ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟରେ ଶଯ୍ଯା ସଂଖ୍ଯା ୧୭୬ ରୁ ୩୦୦ କୁ ବୃଦ୍ଧି କରିବା ନିମନ୍ତେ ଅନୁମୋଦନ କରିଛନ୍ତି ।ଏହା ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ।
ଜିଲ୍ଳାବାସୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଶଯ୍ଯା ସଂଖ୍ଯା ବୃଦ୍ଧି ନିମନ୍ତେ ଜିଲ୍ଲାପାଳ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଥିଲେ ।ଏଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୂଖ୍ଯ ଶାସନ ସଚିବ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୂଖ୍ଯ ଶାସନ ସଚିବ ୫ଟି ସଚିବଙ୍କୁ ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି ।