News
WhatsApp Image 2023-10-04 at 17.25.00
samparksetu

ଆଇଆଇଏମସି ସମସ୍ୟା ନେଇ ଏଡିଜିଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳକୁ ସ୍ଵତନ୍ତ୍ର ପରିଦର୍ଶନରେ ଆସିଥିବା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଡ. ନିମିଶ ରସ୍ତୋଗୀ ଓ ଚରିଜଣିଆ ଟିମକୁ ଭେଟି ଆଜି ପୁରାତନ ଛାତ୍ର ଛାତ୍ରୀ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଛାତ୍ର ଛାତ୍ରୀମାନେ ସଂସ୍ଥାନରେ ଦୀର୍ଘ ଦିନ ହେବ ଲାଗି ରହିଥିବା ସମସ୍ୟା ଗୁଡ଼ିକ ବିଷୟରେ ଡିଜିଙ୍କ ଉଦ୍ଦେଶ୍ୟରେ ଏଡିଜିଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।

ମୁଖ୍ୟତଃ ନୂତନ ସ୍ଥାୟୀ ପ୍ରଫେସରଙ୍କ ନିଯୁକ୍ତି, ଦୁର୍ବଳ ଭିତ୍ତିଭୂମିର ମରାମତି ଓ ସ୍ବତନ୍ତ୍ର ଓଡ଼ିଆରେ କ୍ଲାସ ନହେବା ସମ୍ପର୍କରେ ଆଲୋଚନା ହୋଇଥିଲା।ଦୀର୍ଘ ଦିନ ହେବ ଅନେକ ଷ୍ଟାଫ୍ ସେଠାରେ ରହୁଥିବା ବେଳେ କାହିଁକି ସେମାନଙ୍କର ବଦଳି କରାଯାଉନାହିଁ ବୋଲି ପୁରାତନ ଛାତ୍ରଛାତ୍ରୀ ପ୍ରଶ୍ନ କରିଥିଲେ ।ଓଡ଼ିଆ ସାମ୍ବାଦିକା ପାଠପଢା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର ବୋଲି ପୁରାତନ ଛାତ୍ରଛତ୍ରୀ ଦାବି କରିଥିଲେ ।ଯଥାଶୀଘ୍ର ଭିତ୍ତିଭୂମିର ମରାମତି କରାଯିବା ସହ ସ୍ଥାୟୀ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ଏଡିଜି କହିଛନ୍ତି ।

new life
You might also like
error: Content is protected !!