News
WhatsApp Image 2023-10-04 at 17.25.00
samparksetu

ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଇଷ୍ଟର୍ଣ୍ଣ ହାଚେରୀ ପ୍ରୋଗ୍ରେସିଭ ଲେବର ୟୁନିୟନ ପକ୍ଷରୁ ନୂତନ ସଭାପତି ନିର୍ବାଚନି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଏହି ଅଧିବେଶନରେ ମୂଖ୍ୟ ଅତିଥି ଭାବେ AITUCର ଜାତୀୟ ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ଯୋଗଦେଇ ଶ୍ରମିକ ମାନଙ୍କୁ ନେଇ ସରକାରଙ୍କ ସମସ୍ତ ଯୋଜନା ଓ କିଭଳି ଶ୍ରମିକ ମାନେ ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁତ ଗୁଡିଏ ଦାବି ରଖା ଯାଇଥିବା ବେଳେ :- ନୂତନ ମଜୁରୀ ଚୁକ୍ତିନାମା ଅନୁଯାଇ ମଜୁରୀ ବୃଦ୍ଧି, ପି.ଏଫ୍ ରେ ଥିବା ତ୍ରୁଟି ସଂଶୋଧନ କରିବା, ସମସ୍ତ ଶ୍ରମିକ ମାନଙ୍କୁ ଭି. ଡି. ଏ ପ୍ରଦାନ କରିବା । ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରଣ, ସମାନ କାମକୁ ସମାନ ଦରମା ଦେବା ଭଳି ଅନେକ ଦାବି ଉପସ୍ଥାପନ କରାଯାଇଥିଲା । ଏହି ଅଧିବେଶନରେ ସଭାପତି ଶ୍ରୀ ରାମକୃଷ୍ଣ ପଣ୍ଡା ଥିବା ବେଳେ ଉପ ସଭାପତି ଭାବେ ରତ୍ନାକର ପ୍ରଧାନ, କାର୍ଯ୍ୟକାରିଣୀ ସଭାପତି ଭାବେ ଯୁଧିଷ୍ଠିର ମଲ୍ଲିକ, ସମ୍ପାଦକ କେଦାରନାଥ ମଲ୍ଲିକ, ସହ ସମ୍ପାଦକ ଭାବେ ସୁଧାକର ମଲ୍ଲିକଙ୍କୁ ମନୋନୀତ କରାଯାଇଥିଲା । ତେବେ ଶେଷରେ ସମସ୍ତ ଶ୍ରମିକ ଏକାଠି ହୋଇ ଇନ୍ କିଲାଵ ଜିନ୍ଦାବାତ୍ ନାରା ଦେଇଥିଲେ ।

new life
You might also like
error: Content is protected !!