News
WhatsApp Image 2023-10-04 at 17.25.00
samparksetu

ଜେସିବି ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ , କମ୍ପାନୀ ଆଗରେ ଶବ ରଖି ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଛକ ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବ୍ରାହ୍ମଣୀ ନଦୀ ପୋଲ ଓ ଉକ୍ତ ପୋଲ ଠାରୁ ସରାଙ୍ଗ , ପିତିରି,ପରଜଙ୍ଗ ଅଞ୍ଚଳ ଦେଇ ନୂତନ ଭାବେ ୪ଲେନ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ କମ୍ପାନୀ ଦ୍ଵାରା ନିର୍ମାଣା ଚାଲିଛି ।

ଏହି କମ୍ପାନୀରେ ଜେସିବି ଅପରେଟର ଭାବେ କାମ କରୁଥିବା ଅନଗୁଳ ଜିଲ୍ଲାର କଣିହାଁ ବ୍ଲକ ତାଳପଦା ଗ୍ରାମର ବନମାଳି ବାଇଙ୍କ ପୁଅ ଟିକନ୍ କୁମାର ବାଇ ୩୫ ବର୍ଷ ନାମକ ଯୁବକଙ୍କ କମ୍ପାନୀରେ ସନ୍ଦେହ ଭାବେ ଶୁକ୍ରବାର ବିୟୋଗ ଘଟିଛି ।କମ୍ପାନୀ ଦାୟିତ୍ଵ ବୁଝୁଥିବା ମ୍ୟାନେଜେରଙ୍କ କହିବା ଅନୁଯାୟୀ ଟିକନର ଦେହ ରାତିରେ ଅସୁସ୍ଥ ହୋଇ ପଡ଼ିବାରୁ ସଙ୍ଗେ ସଙ୍ଗେ କମ୍ପାନୀ କୁଆଡେ ପରିବାରକୁ ଏ ସମ୍ବନ୍ଧେ ଜଣାଇଥିଲେ ଏତଦ୍ ବ୍ୟତୀତ କମ୍ପାନୀ ତାର ନିଜ ଗାଡ଼ିରେ କଟକ ମେଡ଼ିକାଲକୁ ନେଇ ଯାଇଥିଲେ ,କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଟିକନଙ୍କ ମୃତ୍ୟୁ ଘଟିଥିଲା ।

ଉକ୍ତ ଘଟଣାକୁ କେନ୍ଦ୍ର କରି ମୃତ ଯୁବକଙ୍କ ପରିବାର ଓ ଉକ୍ତ ଗ୍ରାମର ଲୋକଙ୍କ ସମେତ ଜଟିଆ ଓ ସରାଙ୍ଗର କିଛି ବାସିନ୍ଦା ମିଶି ପରଜଙ୍ଗରେ ରହିଥିବା କମ୍ପାନୀକୁ ଶବ ଆଣି କମ୍ପାନୀର ମୁଖ୍ୟ ଗେଟ ସମ୍ମୁଖରେ ୨ ଦଫା ଦାବି ନେଇ ବସିଥିଲେ ।ଦାବି ଥିଲା କି, ମୃତ ପରିବାରକୁ ୨୦ ଲକ୍ଷ ଟଙ୍କା ସମେତ କମ୍ପାନୀ ଉକ୍ତ ଅଂଚଳରେ ଯେତେଦିନ ପର୍ଯ୍ୟନ୍ତ କାମ ଚଳାଇଥିବ ସେ ପର୍ଯ୍ୟନ୍ତ ପରିବାରକୁ ଭରଣ ପୋଷଣ ।

ପରେ ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମୃତ ପରିବାରକୁ ସାଢେ଼ ଆଠ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ସଙ୍ଗେ ସଙ୍ଗେ ୧ ଲକ୍ଷ ଟଙ୍କା ଦେଇଥିଲେ ।

ଅବଶିଷ୍ଟ ସାଢେ଼ ସାତ ଲକ୍ଷ ଟଙ୍କା ଏକ ମାସ ମଧ୍ୟରେ ଦିଆଯିବ ବୋଲି କମ୍ପାନୀ କହିଥିଲା । କମ୍ପାନୀ ଠାରୁ ପ୍ରତିଶ୍ରୁତି ପାଇବା ପରେ ଗେଟ ମୁହଁରୁ ଶବ ଉଠାଇଥିଲେ ଗ୍ରାମବାସୀ ।

new life
You might also like
error: Content is protected !!