News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡ଼ି ଯୁବକ ମୃତ

ପୌରପାଞ୍ଚଳର ଜୟ ଗୋପାଳ ସାହି ରେ ଥିବା ଗୋପାଳ ସାଗାର ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ରଗଡି ସାହିର ଅଶ୍ୱୁନୀ ବାରିକ ବୋଲି ଜଣାଯାଇଛି । ସେ ସବୁଦିନ ଏହି ପୋଖରୀକୁ ଗାଧୋଇବାକୁ ଆସିଥାନ୍ତି । ଆଜି ମଧ୍ୟ ଗାଧୋଇବାକୁ ଆସି ବୁଡିଯାଇଥିବା ଅନୁମାନ କରାଉଛି ।

ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ବେଳେ ପୋଖରୀ କୁଳରେ ଜଣେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦେଖା ଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ରିପୋର୍ଟ ମିଳିବା ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଡା ଖେଳି ଯାଇଛି । 

new life
You might also like
error: Content is protected !!