News
WhatsApp Image 2023-10-04 at 17.25.00
samparksetu

ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ !

କାମାକ୍ଷାନଗର ଥାନା ରଙ୍ଗମାଟିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟୁ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି ।ମୃତଦେହଟି ଏକ ଶାଗୁଆନ ଗଛରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି

। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳ ଯୁବକଙ୍କର ବୟସ ୩୦ ରୁ ୩୫ ହେବ ବୋଲି ଅନୁମାନ କରାଯାଉଛି। ଯୁବକ ଜଣକ ଏକ ଗୋଲାପ ରଙ୍ଗର ସ୍ପୋଟିଙ୍ଗ ଗଞ୍ଜି ଓ ହାପ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଡାହାଣ ହାତରେ ଏକ ନାଲି ଫିତା ଲଗାଇଛନ୍ତି ।

ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନୀଶମ ବାହିନି ପହଞ୍ଚି ମୃତଦେହଟି ତଳକୁ ଓଲ୍ଲାଇ ଅଧିକ ତଦନ୍ତ ଯାରି ରଖିଛି।

new life
You might also like
error: Content is protected !!