News
WhatsApp Image 2023-10-04 at 17.25.00
samparksetu

ଧୁମଧାମରେ ଚାଲିଛି ଜିରାଳ କାର୍ତ୍ତିକ ମହୋତ୍ସବ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ କାର୍ତ୍ତିକେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଂସାଦ ମହେଶ ସାହୁ, କାମାକ୍ଷାନଗର ଏସଡିପିଓ ରଞ୍ଜନ ଦେ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଯୋଗ ଦେଇଥିଲେ I

ଏହି ମହୋତ୍ସବ ଆଠ ଦିନଧରି ଚାଲିବ ,କରୋନା ସଂକ୍ରମଣ ଯୋଗୁ ଦୁଇ ବର୍ଷ ହେବ ବନ୍ଦ ଥିବା ବେଳେ ଚଳିତ ବର୍ଷ ବେଶ୍ ଧୂମ୍ ଧାମରେ ହେଉଛି I ଉଦଘାଟନ ଦିନ ପ୍ରଥମ ଦିନରେ ଜନ ସମାଗମ ଦେଖିବାକୁ ମିଳିଛି I ଏହି ଯାତ୍ରା ଆଠ ଦିନ ଧରି ଚାଲିବ ପ୍ରାୟ ଦୁଇ ସହ ରୁ ଅଧିକ ଷ୍ଟଲ୍ ପଡ଼ିଛି I ପିଲାଙ୍କ ଦୋଳି, ମୀନା ବଜାର ସାଙ୍ଗକୁ ଘର କରଣା ସମାଗ୍ରୀ ମିଳୁଥିବାରୁ ସଂଧ୍ଯ ସମୟରେ ବେଶ୍ ଭିଡ ଦେଖିବାକୁ ମିଳୁଛି I ଜିରାଳ ମହୋତ୍ସବ ରେ ସଭାପତିତ୍ବ କରିଥିଲେ ଅର୍ଜୁନ ପଣ୍ଡା, ପୂର୍ବତନ ସଭାପତି କୈଳାଶ ରାଉତ, ଗଙ୍ଗାଧର ନାୟକ ଅମୀୟ ମହନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

ଚଳିତ ବର୍ଷ କରୋନା କଟକଣା ନାହିଁ ତେଣୁ ଜନ ସମାଗମ ଅଧିକ ହେବ ବୋଲି ଆଶା ରହିଛି । ଭାଇଚାରା ର ପର୍ବ ହୋଇଛି ଏହି ମହୋତ୍ସଵ , ପ୍ରତ୍ୟେକ ଦିନ ସଂସୃତିକ କାର୍ଯ୍ୟକ୍ରମ ସହ ଅପେରା ପରିବେଷଣ ଦର୍ଶକ ଙ୍କୁ ଆକୃଷ୍ଟ କରିପାରିଛି ରବିନାରାୟଣ ନାୟକ ସଭାପତି ସମବାୟ ସମିତି ।ଦୀର୍ଘ ବର୍ଷ ହେଲା ବଡ଼ ବଜାର ବଡଭାଇର ଦାୟିତ୍ୱ ତୁଲାଇ ଆସିଛି ଏ ବର୍ଷ ମଧ୍ୟ୍ୟ ସୁଚାରୁ ରୂପେ ଗାଁର ୨୬ଟି ମେଢ଼କୁ ଭସାଣି ଶୋଭାଯାତ୍ରା ରେ ନେଇ ଶୃଙ୍ଖଳାର ସହ ଚାଲିବୁ ବୋଲି କହିଛନ୍ତି ବଡବଜାର କମିଟି ସଭାପତି ପ୍ରକାଶ ସାହୁ ।

new life
You might also like
error: Content is protected !!