News
WhatsApp Image 2023-10-04 at 17.25.00
samparksetu

ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା

କାମାକ୍ଷାନଗର ଥାନା ଜିରିଡାମାଳି ବାଇପାସ ନିକଟରେ ଟ୍ରକ ସହ ଧକ୍କା ହୋଇ ଓଲଟିଲା କୋଇଲା ବୋଝେଇ ହାଇୱା l ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର l

ସୂଚନା ଅନୁଯାୟୀ , ତାଳଚେର ରୁ କୋଇଲା ବୋଝେଇ କରି ଏକ ହାଇୱା ଯାଜପୁର ଅଭିମୁଖେ ଯାଉଥିବା ବେଳେ ଜିରିଡାମାଳି ବାଇପାସ ନିକଟରେ ଅନ୍ୟ ଏକ ଟ୍ରକ ସହ ଧକ୍କା ହୋଇଥିଲା l ଫଳରେ ହାଇୱା ଟି ଓଲଟି ପଡିବା ସହ କୋଇଲା ଗୁଡିକ ରାସ୍ତାରେ ବିଛାଡି ହୋଇଯାଇଥିଲା l ଫଳରେ କିଛିସମୟ ପାଇଁ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା l ଘଟଣା ସମ୍ପର୍କ ରେ କାମାକ୍ଷାନଗର ପୋଲିସ ସୂଚନା ପାଇଁ ଓଲଟିଥିବା ହାଇୱା କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି l

new life
You might also like
error: Content is protected !!