News
WhatsApp Image 2023-10-04 at 17.25.00
samparksetu

କେନାଲ ବୁଡି ଶିଶୁ କନ୍ୟା ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଜିରିଡାମାଳି – ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରୁ ଶିଶୁ କନ୍ୟା ମୃତ ଦେହ ଉଦ୍ଧାର । କେନାଲ ବୁଡି ୩ବର୍ଷର ଶିଶୁ ମୃତ।

ମୃତ ଶିଶୁ ହେଲା ବାପୁନ ଚାମ୍ପିଆ ଙ୍କର ୩ବର୍ଷର କନ୍ୟା ସିମେଲ ଚାମ୍ପିଆ । ସକାଳେ ଶିଶୁ କନ୍ୟା କେନାଲ ନିକଟରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବସତ କେନାଲ ଭିତରକୁ ଖସିପଡିଥିଲା। ଘରକୁ ଫେରିବାରେ ବିଳମ୍ବ ହେବାରୁ ଶିଶୁର ମାଆ ବହୁ ସମୟ ଧରି ଖୋଜାଖୋଜି କରିବା ପରେ କେନାଲରେ ଭାସୁଥିବାର ଦେଖିବାକୁ ପାଇଥିଲେ।ପଡୋଶୀଙ୍କ ସହାୟତାରେ ଶିଶୁକୁ ଉଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

new life
You might also like
error: Content is protected !!