News
WhatsApp Image 2023-10-04 at 17.25.00
samparksetu

ମହିମା ମହାବିଦ୍ୟାଳୟ ବିଜ୍ଞାନ ବିଭାଗ ରେ ସ୍ବାଗତଉତ୍ସବ

ଆଜି ଜୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ଆନୁକୁଲ୍ୟ ରେ +୩ ଏବଂ +୨ ପ୍ରଥମବର୍ଷ ର ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା । ଏହି ଉତ୍ସବ ରେ ଭାର ପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ପ୍ରଦ୍ଵୀପ ପ୍ରଜ୍ଵଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ| ବିଜ୍ଞାନ ବିଭାଗ ର ସଂଯୋଜକ ପ୍ରାଧ୍ୟାପକ ଆଦିକନ୍ଦ ମହାନ୍ତି ପ୍ରାରମ୍ଭିକ ସୂଚନା ସହିତ ଉତ୍ସବ ର ଆଭିମୁଖ୍ଯ ସମ୍ପର୍କ ରେ ଅବଗତ କରିଥିଲେ ।

ପ୍ରାଧ୍ୟାପକ ଜିତେନ୍ଦ୍ରିୟ ଶତପଥୀ, ଅଧ୍ୟାପିକା ମଧୁସ୍ମିତା ପଣ୍ଡା ,ଅଧ୍ୟାପକ ରାକେଶ କୁମାର ପାଣି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ଥିଲେ । ଛାତ୍ରୀ ପ୍ରଜ୍ଞାପ୍ରିୟଦର୍ଶିନୀ ,ଦେବସ୍ମିତା ବେହେରା, ଶୁଭଦର୍ଶିନୀସ୍ଵାଇଁ, ଶୁଭବୈଶାଖୀ ନାୟକ, ଗାୟତ୍ରୀ ବେହେରା, ସୋଭାଗିନି ଦାସ,ଶାଶ୍ଵତି ଶୁଭଦର୍ଶିନୀ, ବର୍ଷାରାଣୀସ୍ଵାଇଁ , ପ୍ରୀତିନନ୍ଦା ପାଣି ନିଜ ନିଜ ର ବକ୍ତବ୍ୟ ରଖି ଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ଆଦିତ୍ଯ ନାରାୟଣ ବେହେରା , ଅଧ୍ୟାପକ ହରିଶଙ୍କର ବେହେରା , ଶକ୍ତି ପ୍ରସାଦ ନାୟକ ,ପୂର୍ଣଚନ୍ଦ୍ର ସାମଲ , ସୁବ୍ରତ ଦେହୁରୀ, ଦିଗମ୍ବର ନାୟକ ପରିଚାଳନା କରିଥିଲେ । ଶେଷ ରେ ଅଧ୍ୟାପିକା ସନ୍ଧ୍ଯାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!