News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନା ରଞ୍ଜିତାଙ୍କ ପାଇଁ ସାତଶପନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ଅତିଣ୍ଡା ଗ୍ରାମର ରଞ୍ଜିତା ପ୍ରଧାନ ଙ୍କ ପାଇଁ ଆବାସ ଯୋଜନା ସାତଶପନ ପାଲଟିଛି l ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡି ପଡିଛି l ରଞ୍ଜିତାଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି, ପରିବାର ଅବସ୍ଥା ଦୟନିୟ ସ୍ଥିତିରେ ଚାଲିଛି ।

ଝାଟିମାଟି ଘରର କାନ୍ଥ ଭୁଶୁଡି ପଡିବାରୁ ରାତିରେ ଘରେ ଶୋଇ ପାରୁନାହାନ୍ତି କି ପସି ପାରୁନାହାନ୍ତି ,ପାଣି କାଦୁଅ ପଚପଚ ଓ ଶନ୍ତସନ୍ତିଆ ହୋଇଯାଇଛି, ରହିବାକୁ ଘର ନାହିଁ ସମସ୍ତ ପରିବାର ବାସହୀନ ହୋଇ ଗ୍ରାମର ଅନ୍ୟ ଜଣଙ୍କ ଘରେ ରହୁଛନ୍ତି l ଜମି ବାଡ଼ି ନାହିଁ କହିଲେ ଚଳେ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବାର ଅଭିଯୋଗ କରିଛନ୍ତି ରଞ୍ଜିତା ।

new life
You might also like
error: Content is protected !!