ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ଗ୍ରୀଷ୍ମ କାଳୀନ ସ୍ଵତନ୍ତ୍ର ଶିବିର ଗତ ତା ୦୫.୦୭.୨୦୨୨ ରୁ ଉଦଘାଟିତ ହୋଇ ଆଜି ଏକ ସ୍ଵତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିର (NEW INDIA), ସନ୍ଥପୁର ସୌଜନ୍ୟ ରୁ ଆୟୋଜିତ କରାଯାଇଅଛି ।
ଏହି ଶିବିରକୁ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପୁରାତନ ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତୀ ସଂଯୁକ୍ତା ଜେନା, ଶିବିରରେ ଯୋଗଦାନ କରିଥିବା ଡକ୍ଟର ଅବନୀ କୁମାର ନନ୍ଦ, ନିଉ ଇଣ୍ଡିଆର ନିର୍ଦେଶକ ଶ୍ରୀଯୁକ୍ତ ଶେଷଦେବ ରାଉତ, ମାନସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶିବିର ଉଦ୍ ଘାଟନ କରିଥିଲେ । ଆୟୋଜିତ ସଭାରେ ଡକ୍ଟର ନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କୀୟ ମାର୍ଗ ଦର୍ଶନ କରିବା ସହିତ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ନିଉ ଇଣ୍ଡିଆ ତରଫରୁ ଆବଶ୍ୟକ ଔଷଧ ମାନ ବଣ୍ଟନ କରଯାଇଥିଲା । ନିଉ ଇଣ୍ଡିଆର ପରିଚାଳକ ଶ୍ରୀଯୁକ୍ତ ଶେଷଦେବ ରାଉତ ଛାତ୍ର ଛାତ୍ରୀ ମାନଙ୍କୁ ଉଧବୋଧନ ଦେବା ସହିତ କଲେଜ କତୃପକ୍ଷଙ୍କୁ ସାଧୁବାଦ ଜ୍ଞାମ୍ପନ କରିଥିଲେ I
ସଭାପତି ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ଶିବିରରେ ଅଂଶ ଗ୍ରହଣ କରି ସେବା ମନବୃତ୍ତି ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ରହିଲେ ଏକ ସୁସ୍ଥ ସୁନ୍ଦର ସମାଜ ଗଠିତ ହୋଇ ପାରିବ ବୋଲି ମତ ରଖିଥିଲେ I ଶିବିରରେ ଶତାଧିକ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ମାନେ ଡକ୍ଟର ନନ୍ଦଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ପ୍ରଦତ୍ତ ଔଷଧର ଉପଯୋଗ ପାଇଁ ଆଗେଇ ଆସିଥିଲେ । କାର୍ଯ୍ୟକ୍ରମ ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଗୀତାଞ୍ଜଳି ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ପ୍ରଜେଶ ଜେନା, ସୁଶୀଲ ମହାକୁଡ ତଥା ସ୍ଵେଚ୍ଛାସେବୀ ମାନେ ପରିଚାଳନା କରିଥିଲେ ।