News
WhatsApp Image 2023-10-04 at 17.25.00
samparksetu

ମାଟିରେ ମିଶିଲା ଧୂନୀ ମନ୍ଦିର

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ମାନ୍ୟବର କୋର୍ଟ ରାୟ ପରିପ୍ରେକ୍ଷୀରେ ଗାଦୀମନ୍ଦିର ତୃତୀୟ ବେଢା ମଧ୍ୟରୁ ଚି଼ହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୧୮ ତାରିଖ ଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ହୋଇଥିଲା ଓ ପୋଲିସ ମୃତୟନ ହୋଇଥିଲେ ।

ଆଜି ସକାଳ ୧୦ ଘଟିକା ସମୟରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି ସେଥିପାଇଁ ଆଜି ଠାରୁ ଗାଦିି ମନ୍ଦିର ତୃତୀୟ ବେଢା ଚତୁୁଃପାର୍ଶ୍ଵ ପ୍ରବେଶ ପଥ , ଉତ୍ତର ସିଂହଦ୍ଵାର, ବଡ଼ଦାଣ୍ଡ ରେ ବାରିକେଡ଼ କରାଯାଇଛି । ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି ଥାନା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।ଆଜି ୨ ଜଣ ଡ଼ିଏସପି, ୭ ଜଣ ଇନିସ୍ପେକ୍ଟର ଏବଂ ଅନ୍ୟ ଅଧିକାରୀ ସହିତ ୪ ରୁ ୫ପ୍ଲାଟୁନ ପୋଲିସ ମୃତୟନ ହୋଇଛନ୍ତି l ଢେଙ୍କାନାଳ ସିଭିଲ ଜଜ ସିନିଅର ଡିଭିଜନ କୋର୍ଟର ଅମିନ କମିଶନର ଚି଼ହ୍ନଟ ପ୍ରକ୍ରିୟା ଓ କୋର୍ଟ ନିର୍ଦେଶ ମତେ କାର୍ଯ୍ୟକାରୀ ହେଉଛି ମହିମାଗାଦି ତ୍ରୃତୀୟ ବେଢ଼ା ମଧ୍ୟରେ ସିଦ୍ଧବଡ କ୍ରୃପାସିନ୍ଧୁ ବାବାଙ୍କ ସମୟରୁ ବତୀ ମନ୍ଦିର,ଧୂନୀମନ୍ଦିର ନିର୍ମିତ ହୋଇଥିଲା ।

ବାବାଙ୍କ ଅନ୍ତେ ୧୯୪୩ ମସିହା ଠାରୁ ବକ୍କଳଧାରୀ ମହିମା ସମାଜ ପକ୍ଷରୁ ତ୍ରୃତୀୟ ବେଢ଼ା ମଧ୍ୟରୁ ବତୀ ମନ୍ଦିର ଓ ଧୂନୀମନ୍ଦିର ଉଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ମାମଲା,ରାୟ ଓ ସ୍ଥଗିତାଦେଶ ଲାଗି ରହିଥିଲା ।ଶେଷରେ ଗତ ୨୦୨୨ ଜୁଲାଇ ୧୧ତାରିଖରେ ପ୍ରଥମେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆବଶ୍ୟକୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନପାରିବାରୁ ପରବର୍ତ୍ତୀ ସମୟ ଦିନ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ କୈ।ପୀନଧାରୀ ମହିମା ସମାଜ ପକ୍ଷରୁ ମାନ୍ୟବର ହାଇକୋର୍ଟରୁ ରହିତାଦେଶ ଆସିବାରୁ ଉଚ୍ଛେଦ କାର୍ଯ୍ୟ ପୁନର୍ବାର ସ୍ଥଗିତ ରହିଥିଲା। ଗତ ଅକ୍ଟୋବର ୩୦ ତାରିଖରେ ସ୍ଥଗିତାଦେଶ ଉଠିଯାଇଥିଲା । ଫଳରେ ବକ୍କଳ ଧାରୀ ସମାଜ ପକ୍ଷରୁ ମାନ୍ୟବର କୋର୍ଟକୁ ନିବେଦନ କରାଯିବା ପରେ କୋର୍ଟ ପକ୍ଷରୁ ଉଚ୍ଛେଦ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଛି।

new life
You might also like
error: Content is protected !!