ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ଓଟିଡିସି ହଲ ଠାରେ ମହିମା ଗାଦି ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବରିଷ୍ଠ ସମାଜ ସେବୀ ବିପିନ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ନକୁଳ ରାଉତ ଓ ପୀତବାସ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୀରଞ୍ଜନ ପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ରମେଶ ରାଉତ, ସାରଙ୍ଗଧର ପ୍ରଧାନ, ବିଶ୍ୱନାଥ ଚିନ୍ନରା,କୋଦଣ୍ଡ ଧର ସାହୁ,ଶରତ ପାଣିଗ୍ରାହୀ, ଅଭିମନ୍ୟୁ ପଣ୍ଡା, ଆଡଭୋକେଟ ବିଜୟ ବେହେରା, ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ସମସ୍ୟା ସମାଧାନ ପାଇଁ ନିଜସ୍ୱ ମତ ରଖିଥିଲେ। ଏହି ଅବସରରେ ବକ୍କଳଧାରୀ ମହିମାସମାଜ ଓ କୈ।ପୀନଧାରୀ ମହିମା ସମାଜ ପକ୍ଷରୁ ପ୍ରୃଥକ ଭାବେ ଦିଆଯାଇଥିବା ୫ଦଫା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ୪ଟି ପ୍ରସ୍ତାବକୁ ଆଞ୍ଚଳିକ କମିଟି ଗ୍ରହଣକରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ ପାଇଁ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ଗୁଡିକ ହେଲା ୧- ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ନାମରେ ରେକର୍ଡ ଭୁକ୍ତ ସମ୍ପତ୍ତି ମାନ୍ୟବର କୋର୍ଟଙ୍କ ରାୟ ଅନୁସାରେ ସ୍ଥିର ହେବ। ସେହି ରାୟକୁ ଉଭୟ ବକ୍କଳଧାରୀ ଓ କୈପିନୀଧାରୀ ସମାଜ ସମ୍ମାନ ଦେଇ ମାନିବେ ଓ ଜିଲ୍ଲା ପ୍ରଶାସନ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଗଲା। ୨- ମହିମା ଗାଦିରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ କୈପୀନଧାରୀ ଓ ବକ୍କଳଧାରୀ ମହିମା ସମାଜ ପକ୍ଷରୁ ବିଭିନ୍ନ କୋର୍ଟରେ ଥିବା ମାଲିମୋକଦ୍ଦମାକୁ ଉଠାଇ ଦେବେ।୩- ମହିମାଗାଦି ଗାଦି ମନ୍ଦିରରେ ୩୬୦ ହାତ ମନ୍ଦିର ହେବାକୁ ମହିମା ଗାଦି ଧର୍ମଧାମ ବିକାଶ ପରିଷଦ ସ୍ୱାଗତ କରିବା ସହିତ ଉଭୟ କୈପୁନଧାରୀ ଓ ବକ୍କଳଧାରୀ ସମାଜର ସହମତି ରେ ଓ ମହିମା ଗାଦିରେ ଧର୍ମଧାମ ପରିଷଦ ପରାମର୍ଶ କ୍ରମେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା। ୪-ମହିମାଗାଦି ଗାଦିମନ୍ଦିର ଓ ଶୂନ୍ୟ ମନ୍ଦିରରେ ଉଭୟ ବକ୍କଳଧାରୀ ଓ କୈ।ପୂନୀଧାରୀ ସନ୍ୟାସୀ ମାନଙ୍କୁ ନୀତି କରିବାର ଅଧିକାର ମାନ୍ୟବର କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଦିଆଯାଉ।
ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ମହିମାଗାଦି ଧର୍ମଧାମର ସୁରକ୍ଷା ଓ ବିକାଶ ପାଇଁ “ମହିମା ଗାଦି ଧର୍ମଧାମ ବିକାଶ ପରିଷଦ” ଗଠିତ ହେଲା। ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତ ଓ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବୁଦ୍ଧିଜୀବୀ ମାନେ ଏହି କମିଟିରେ ସଭ୍ୟ ରହିବେ । ଏହି କମିଟିର ସଭ୍ୟ ଭାବେ ବିପିନ ବିହାରୀ ସିଙ୍ଗ୍, କୋଦଣ୍ଡଧର ସାହୁ,ଶରତ ରାଉତ, ପ୍ରତ୍ୟୁଷ ହରି ପ୍ରଧାନ, ସର୍ବେଶ୍ଵର ନାୟକ, ସାରଙ୍ଗଧର ପ୍ରଧାନ,ନୀରଞ୍ଜନ ପତି, ବେଣୁଧର ପାତ୍ର,ତାପସ ରାଉତ, , ବିଜୟ ବେହେରା, ଡମ୍ବରୁଧର ସେଠୀ,ଖିରୋଦ ସାମଲ, ପ୍ରକାଶ ରାଉତ, ପୀତବାସ ରାଉତ, ପ୍ରକାଶ ନାୟକ, ବିଶ୍ୱନାଥ ଚିନ୍ତା, ଲମ୍ବୋଦର ପରିଡ଼ା, ଅଭିରାମ ପଣ୍ଡା,ଯଦୁନନ୍ଦନ ଦାସ, ନକୁଳ ରାଉତ,ଶରତ ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି, ହୃଦାନନ୍ଦ ପ୍ରଧାନ,ଶରତ ପ୍ରଧାନ, ଗୋକୁଳାନନ୍ଦ ସାହୁ,କାମାକ୍ଷା ବେହେରା, ଶେଷ ଦେବ ରାଉତ ମନୋନୀତ ହୋଇଛନ୍ତି।
ଏହି କମିଟିର ସଂଯୋଜକ ପୀତବାସ ରାଉତ, ପ୍ରତ୍ୟୁଷ ହରି ପ୍ରଧାନ ଓ ମୁଖପାତ୍ର ଭାବେ କୋଦଣ୍ଡ ଧର ସାହୁ,ଶରତ ପାଣିଗ୍ରାହୀ, ନିରଞ୍ଜନ ପତି, ପୀତବାସ ରାଉତ ଦାୟିତ୍ଵ ନିର୍ବାହ କରିବେ। ଆସନ୍ତା ୨୨ତାରିଖ ଦିନ ଜିଲ୍ଲା ପ୍ରଶାସନ ବୈଠକ ନିଷ୍ପତ୍ତି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶେଷରେ କମିଟିର ସଭ୍ୟ ମାନେ ମହିମା ଗାଦି ସମସ୍ୟା ସମାଧାନ ନିଷ୍ଠାର ସହିତ କରିବା ପାଇଁ ଶପଥ ପାଠ କରିଥିଲେ।
