ଢେଙ୍କାନାଳ ଜିଲ୍ଲା ହଂସି ବୁଣାକାର ମହାସଂଘ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଓ ମହାସଂଘ କର୍ମକର୍ତ୍ତା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଢେଙ୍କାନାଳ ଜିଲ୍ଲା ହଂସି ବୁଣାକାର ମହାସଂଘ ସଭାପତି ବିଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋରନ୍ଦା ସରପଞ୍ଚ ଆରତୀ ନାୟକ, ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସ୍ଵାଧୀନ ରଥ,ହଂସି ବୁଣାକାର ମହାସଂଘ ମୁଖ୍ୟ ଉପଦେଷ୍ଟା ଅଚ୍ୟୁତାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଶତାଧିକ ହଂସୀବୁଣାକାର କର୍ମକର୍ତ୍ତା ମାନଙ୍କର ସେବା ମୂଳକ କାର୍ଯ୍ୟ ପାଇଁ ସନ୍ତୋଷ ପ୍ରକାଶ କରିବା ସହିତ ସଂଘର ସଭ୍ୟମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ସହାୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ କହିଥିଲେ ।
ଏହି ଅବସରରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ମାନପତ୍ର ଓ ଉପଢୈlକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ସ୍ୱାସ୍ଥ୍ୟ ଶିବିରରେ ୨୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଡ଼ା କ୍ରୃଷ୍ଣଚନ୍ଦ୍ର ପାତ୍ର,ଡା ଯଜ୍ଞଦତ୍ତ ନାୟକ,ଡା ସୈ।ମ୍ୟରଞ୍ଜନ ଦଳେଇ,ଡା ଶ୍ରୀପତି ସରକାର ପ୍ରମୁଖ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଚନ୍ଦ୍ରକାନ୍ତ ବେହେରା,ଅଦ୍ଵୈତ ହୋତା ପ୍ରମୁଖ ସହାୟତା କରିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ହଂସୀବୁଣାକାର ମହାସଂଘର କର୍ମକର୍ତ୍ତା ମାନଙ୍କର ଜିଲ୍ଲା ସ୍ତରୀୟ ସମ୍ବିଧାନ ସଂଶୋଧନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା ।