News
WhatsApp Image 2023-10-04 at 17.25.00
samparksetu

ହଟିଲା ବେଆଇନ ହୋର୍ଡିଂ

ସହରରେ ଲାଗିଥିବା ସମସ୍ତ ବେଆଇନ ହୋର୍ଡିଂ ଗୁଡିକୁ ଆଜି ଉଚ୍ଛେଦ କରାଯାଇଛି । ଆଗକୁ ପୁଣି ବିନା ଅନୁମତିରେ ହୋର୍ଡିଂ ଲଗାଇଲେ ଜରିମାନା ଆଦାୟ କରାଯିବ । ଏନେଇ ଆଜି ପୌରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରକାଶ କରିଛନ୍ତି ।

ସହରର ପ୍ରତ୍ୟେକ ଛକରେ ଲୁହା ଫ୍ରେମରେ ଲାଗିଥିବା ହୋର୍ଡିଂ ଗୁଡିକୁ ଚିରିବା ସହ ବାଉଁଶ ଫ୍ରେମରେ ଲାଗିଥିବା ହୋର୍ଡିଂ ଗୁଡିକୁ ବି ଉଚ୍ଛେଦ କରାଯାଇଛି । ସକାଳୁ ଏନଫୋର୍ସମେଣ୍ଟ ଟିମ୍ ,ଜେସିବି, ଟ୍ରାକ୍ଟର ସହାୟତାରେ ସମସ୍ତ ହୋର୍ଡିଂ ଭାଙ୍ଗିଥିଲେ । ବିଶେଷ କରି ବିଭିନ୍ନ କଲେଜ ଓ କୋଚିଂ ସେଣ୍ଟର ଗୁଡିକର ହୋର୍ଡିଂ ବାଉଁଶ ମାଧ୍ୟମରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଯାହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରିବା ସହ ପୌରପାଳିକାକୁ କୌଣସି ରାଜସ୍ୱ ମିଳୁନଥିଲା ।

ତେଣୁ ଆଜି ସେସବୁ ଉଚ୍ଛେଦ କରାଯିବା ସହ ଆଗକୁ ନଗାଇଲେ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି ।

new life
You might also like
error: Content is protected !!