News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ଘଟଣାର ପର୍ଦ୍ଦାଫାଶ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଖମାର ସାହିର ଲକ୍ଷ୍ମୀପୂଜା କମିଟି ସମ୍ପାଦକ ତଥା ରିୟଲ ଇଷ୍ଟେଟ ମାଲିକଙ୍କ ଘର ଉପରକୁ ଲକ୍ଷ କରି ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ବୋମାମାଡ କରିଥିବା ଘଟଣାର ତିନି ଦିନ ପରେ ପୋଲିସ ପର୍ଦ୍ଦାଫାଶ କରିବା ସହିତ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।

ଖମାର ସାହିରେ ରହୁଥିବା ସୁଶାନ୍ତ ସାହୁ ଲକ୍ଷ୍ମୀପୂଜା କମିଟିର ସମ୍ପାଦକ ତଥା ଜଣେ ଜଣାଶୁଣା ରିୟଲ ଇଷ୍ଟେଟ ବ୍ୟବସାୟ ଭାବରେ ପରିଚିତ । ଗତ ୨୮ ତାରିଖ ସନ୍ଧ୍ୟା ୫ଟା ୪୦ମିନିଟରେ ଏକ ଅଜଣା ଫୋନରୁ ବ୍ୟବସାୟୀଙ୍କ ନିକଟକୁ ଫୋନ ଆସିବା ସହିତ ଆମ କଥା ବୁଝିବାକୁ କହିଥିଲେ । ବ୍ୟବସାୟୀ ଜଣକ ସେମାନଙ୍କ ପରିଚୟ ପଚାରିବାରୁ ସେ କିଛି କହିନଥିଲେ । ସମୟ ଆସିଲେ ଜାଣିବ ବୋଲି କହିବା ସହିତ ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହିତ ଦାଦା ବଟି ମାଗିଥିବାର ବ୍ୟବସାୟୀ ଜଣକ କହିଛନ୍ତି ।

ଘଟଣାର ୧୦ ମିନିଟ ପରେ ହଠାତ୍ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଘରର ଗେଟ ଉପରକୁ ବୋମାମାଡ କରିଥିଲେ । ବୋମା ମାଡରେ ଗେଟଟି ଭାଙ୍ଗି ଯାଇଥିଲା । ଏଭଳି ଧମକଚମକ ସହିତ ବୋମା ମାଡ ଘଟଣାକୁ ନେଇ ବ୍ୟବସାୟୀ ଜଣକ ନିଜ ଜୀବନକୁ ଅସୁରକ୍ଷିତ ମନେ କରିବା ସହିତ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମାଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାକୁ ନେଇ ପୋଲିସ ଆଜି ଏସଡିପିଓଙ୍କ କାର୍ଯ୍ୟାଳୟରେ ଏକ ପ୍ରେସମିଟ ମାଧ୍ୟମରେ ସମସ୍ତ ତଥ୍ୟପ୍ରଦାନ କରିଥିବାର ଜଣାପଡିଛି । ଘଟଣା ଦିନ ଦକ୍ଷିଣ କାଳୀ ମନ୍ଦିର ନିକଟରେ ଦକ୍ଷିଣ କାଳୀର କୈଳାସ ଚନ୍ଦ୍ର ରାଉତଙ୍କ ପୁଅ ସୌମ୍ୟରଞ୍ଜନ ରାଉତ ଓରଫ ବାବୁନି ଓରଫ ପାପୁନ(୨୭),ଦେଉଳ ସାହିର ରସାନନ୍ଦ ବେହେରାଙ୍କ ପୁଅ କାହ୍ନୁବେହେରା ଓରଫ କାହ୍ନା(୩୧)ଦକ୍ଷିଣକାଳୀର ଦିବାକର ମଳିକଙ୍କ ପୁଅ ସିଦ୍ଧାନ୍ତ ମଳିକ ଓରଫ ସିପୁ,କଲୋନୀ ସାହିର ଟଙ୍କଧର ଦେହୁରୀଙ୍କ ପୁଅ ସୁଜନ ଦେହୁରୀ(୩୫) ଏବଂ ସଦରଥାନା କାଇମାଟି ଡାହିମାଳ ଗ୍ରାମର ତବାରକଅଲ୍ଲୀ ଓରଫ ସୋନୁ ଅଲ୍ଲୀ(୨୬) ମିଳିମିଶି ଭୋଜି କରିଥିଲେ ।ଭୋଜି କରିବା ସହିତ ଦାଦାବଟି ଆଦାୟ କରିବା ପାଇଁ ସେହିଦିନ ସୁକାନ୍ତ ସାହୁଙ୍କୁ ଫୋନ ଯୋଗେ ଫୋନ କରି ଦାଦା ବଟି ଦେଉନଥିବାରୁ ଧମକଚମକ ଦେଇଥିଲେ । ଏହାର ଠିକ ୧୦ମିନିଟ ପରେ ସୁଜନ ଦେହୁରୀ, ସୋନୁ ଅ୍‌ଲ୍ଲୀ ଓରଫ ତବାରକ ମଲ୍ଲୀ ଏକ ମୋଟର ସାଇକେଲ ଯୋଗେ ସୁକାନ୍ତଙ୍କ ଘର ନିକଟକୁ ଆସି ତାଙ୍କ ପତ୍ନୀକୁ ଲକ୍ଷ କରି ବୋମା ମାଡ କରିଥିଲେ । ଏହି ଘଟଣାରେ ଗେଟ ଭାଙ୍ଗି ଯାଇଥିଲା । ଘଟଣାକୁ ନେଇ ପୋଲିସ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ପରେ ୫ଜଣ ଅଭିଯୁକ୍ତକୁୂ ଗିରଫ କରିବା ସହିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ବୋମାମାଡରେ ବ୍ୟବହାର କରାଯାଇଥିବା ମୋଟରସାଇକେଲ ସହିତ ୨ଟି ଜୀବନ୍ତ ବୋମା, ବିସ୍ଫୋରଣ ହୋଇଥିବା ବୋମାର ଅଂଶ,୩ଟି ମୋବାଇଲ ଫୋନ ଜବତ କରିଛି ।

new life
You might also like
error: Content is protected !!