News
WhatsApp Image 2023-10-04 at 17.25.00
samparksetu

ସଠିକ ସମୟରେ ଆସୁ ନାହାଁନ୍ତି କର୍ମଚାରୀ ,ହଇରାଣ ହେଉଛନ୍ତି ସାଧାରଣ ଲୋକ

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ କୁ ଧାର୍ଯ୍ୟ ସମୟରେ ଅଧିକାରୀ, କର୍ମଚାରୀ ଆସୁନଥିବା ଅଭିଯୋଗ ହେଉଅଛି ।ଅଧିକାରୀ ଓ କର୍ମଚାରୀ ମାନେ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବ୍ଲକ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟା ସୁଧା ଖୋଲିବା ନିୟମ ଥିବା ବେଳେ ଆଜି ସୋମବାର ପୂର୍ବାହ୍ନ ପ୍ରାୟ ୧୧.୩୦ ଟାରେ କାର୍ଯ୍ୟାଳୟ ରେ କେବଳ ଚୌକି ପଡିଥିବାର ଦେଖିବାକୁ ମିଳିଥିଲା ।ରାଜ୍ୟ ସରକାର ବ୍ଲକ କାର୍ଯ୍ୟାଳୟ କୁ ୫ଟି ଓ ମୋ ସରକାରରେ ଅନ୍ତର୍ଭୁକ୍ତ କରିଥିଲା ବେଳେ ବିଡ଼ିଓଙ୍କ କାର୍ଯ୍ୟାଳୟ ରେ ମଧ୍ୟ ଚୌକି ଦେଖିବାକୁ ମିଳିଥିଲା ।

ସେହିପରି ମୋ ସରକାର କକ୍ଷ,ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ,ଗ୍ରାମୀଣ ଆବାସ ଯୋଜନା ବିଭାଗ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଜାଗାରେ ଚୌକି ଦେଖିବାକୁ ମିଳିଥିଲା ।କଙ୍କଡାହାଡ଼ ବ୍ଲକ ୨୧ ପଞ୍ଚାୟତ କୁ ନେଇ ଗଠିତ ।ସଦର ମହକୁମା କଙ୍କଡାହାଡ଼ ଠାରୁ ୫୦କିମି ଦୂର ପାଲଲହଡା ବ୍ଲକ ସୀମାନ୍ତକୁ ଲାଗିଥିବା ଘାଗରାମୁଣ୍ଡା ପଞ୍ଚାୟତ,ପରଜଙ୍ଗ ବ୍ଲକ ସୀମାନ୍ତକୁ ଲାଗିଥିବା କଟୁରିଆ ପଞ୍ଚାୟତ ଥିଲା ବେଳେ ସୁକିନ୍ଦା ବ୍ଲକ ସୀମାନ୍ତକୁ ଲାଗିଥିବା ୩୫ କିମି ଦୂରରେ ମରୁଆବିଲ ପଞ୍ଚାୟତ ରହିଛି ।ସାଧାରଣ ଲୋକଟି ବ୍ଲକ କାର୍ଯ୍ୟାଳୟ କୁ ଭତା,ରାସନକାର୍ଡ,ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ସମସ୍ୟା ନେଇ ଯାଇଥାଏ । ଗରିବ ଲୋକଟି ଗାଡି ଭଡା କରି ଦୂରରୁ ବ୍ଲକ କାର୍ଯ୍ୟାଳୟ କୁ ଆସୁଥିବା ବେଳେ ଅଧିକାରୀ ମାନଙ୍କର ଦେଖା ମିଳୁ ନଥିବାରୁ ଲୋକମାନେ ନିରାଶ ହେଇ ଫେରୁଛନ୍ତି ।

ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେ କୁହନ୍ତି, ମୋ ପଞ୍ଚାୟତ ମିଟିଙ୍ଗ ପାଇଁ ସେ ଚାନ୍ଦପୁର ଯାଇଛନ୍ତି ବିଡ଼ିଓ କେଉଁଠି ଅଛନ୍ତି ପଚାରିବାରୁ ସେ ପ୍ରଥମେ କହିଲେ କରଗୋଳା ଯାଇଛନ୍ତି ପୁଣି ଥରେ କହିଲେ ବୁଝି କରି କହିବି ।ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କୁହନ୍ତି , ମୁଁ ଏକୁଲ ସେକୁଲ ଯାଉଅଛି ।କର୍ମଚାରୀ ଛୁଟିରେ ଥିବେ ।

ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ସ୍ୱିକାର କଲେ ଆଜି ସରକାରୀ କର୍ମଚାରୀ ଆଜି ଆସି ନାହାଁନ୍ତି ତାଙ୍କୁ ତାଗିତ କରାଯିବ । ଦରକାର ପଡ଼ିଲେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ।ଏ ସମ୍ପର୍କରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କୁହନ୍ତି , ବିଡ଼ିଓଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ।

new life
You might also like
error: Content is protected !!