News
WhatsApp Image 2023-10-04 at 17.25.00
samparksetu

ସରପଂଚ ପୁଅଙ୍କ ଦାଦା ଗିରି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଉଠାଣକୁ ନେଇ ହିତାଧିକାରୀଙ୍କ ମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । କଡଲା ସରପଂଚଙ୍କ ପୁଅ ମନରେଗା ଟଙ୍କା ଉଠାଣ ପାଇଁ ଜିଓ ଟ୍ୟାଗ ନକରିବା ପାଇଁ ଜିଆରଏସଙ୍କୁ ଧମକ ଚମକ ଦେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କଡଲା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେକ ହିତାଧିକାରୀ ଘର ପାଇଥିଲେ । ହିତାଧିକାରୀ ମାନେ ଘର କାର୍ଯ୍ୟାଦେଶ ପାଇବା ପରେ କିସ୍ତି ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ କିସ୍ତି ପୂର୍ବରୁ ଜବ କାର୍ଡ ମାଧ୍ୟମରେ ମନରେଗା ଯୋଜନାରେ ଟଙ୍କା ମିଲିବାକୁ ନେଇ ଏବେ ସରପଂଚ ଏବଂ ହିତାଧିକାରୀ ମାନଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି ।କାର୍ଯ୍ୟକୁ ନେଇ ସରପଂଚଙ୍କ ପୁଆ ଦାଦାଗିରି କରିବା ସହିତ ହିତାଧିକାରୀଙ୍କ ଜିଓ ଟ୍ୟାଗ ନକରିବାକୁ ଜିଆରଏସଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି ।

ଫଳରେ ହିତାଧିକାରୀ ମାନେ ଘର କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣାକୁ ନେଇ ଗ୍ରାମର ରଘୁଣଥ ,ନମିତା ଗଡନାୟକ,ରୁନୁ ଜେନା ପ୍ରମୁଖ ଲିଖିତ ଭାବରେ ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଭିଯୋଗକୁ ଭିତ୍ତି କରି ବିଡ଼ିଓ ଶିବଶଙ୍କର ମିଶ୍ର କହିଛନ୍ତି ଯେ, ସେ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ବିଚାର କରି ପରବର୍ତି ପଦକ୍ଷେପ ଗ୍ରହଣ କରିବେ । ବିଡିଓଙ୍କ ପ୍ରତିଶୃତି ପାଇବା ପରେ ହିତାଧିକାରୀ ମାନେ ଫେରିଯାଇଥିଲେ । ଘଟଣା ସମ୍ପର୍କରେ ସରପଂଚ ମିଥ୍ୟା ବୋଲି କହିବା ସହିତ ତଦନ୍ତ କରାଗଲେ କେତେ ଜଣଙ୍କର ଘର କଟିଯିବ ବୋଲି ଓଲଟା ପ୍ରକ।ଶ କରିଛନ୍ତି ।

new life
You might also like
error: Content is protected !!