News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟ ଙ୍କ ଠାରୁ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ କରି ୧ ଲକ୍ଷ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୃଭାବ ବଢ଼ି ଚାଲିଛି,ହେଲେ ପୋଲିସ ହାତ ଖାଲି ,ପରଜଙ୍ଗ ଅଞ୍ଚଳରେ କିଛି ଦିନ ଧରି ବିଭିନ୍ନ ରାସ୍ତା ହେଉ କିମ୍ବା ଘର ହେଉ ଲୁଟେରା ମାନଙ୍କ ଶିକାର ହେଉଛନ୍ତି ବ୍ୟବସାୟୀ ଓ ଘରୋଇ ମାନେ ।ଏପରି ସ୍ଥଳେ ଥାନା ନିକଟବର୍ତ୍ତୀ ପରଜଙ୍ଗ ବଜାରରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ସନ୍ଧ୍ୟା ସମୟରେ ଲୁଟପାଟ ହୋଇଥିବା ବେଳେ ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୯ ଘଟିକା ସମୟରେ ଲକ୍ଷ୍ମୀ ବଜାରରେ ଲଳିତା କ୍ଲଥ ଷ୍ଟୋରରୁ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ମୋବାଇଲ ଓ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ ।

କିଛି ଦିନ ଧରି ପୋଲିସକୁ ଚାଲେଞ୍ଜ ଦେଇ ଲୁଟେରା ମାନଙ୍କ ଦୌରାତ୍ମ ବଢ଼ି ଯାଇଥିବା ବେଳେ ଜନସାଧାରଣ ଭୟଭୀତ ହୋଇଯାଇଥିବା ବେଳେ ପୋଲିସ ଉପରେ ନିଜର ଭରସା ଲୋକମାନେ ହରାଇ ବସିଲେଣି । ଏତଦ୍ ବ୍ୟତୀତ ପରଜଙ୍ଗ ବଜାର ହେଉ କିମ୍ବା କୌଣସି ବ୍ୟାଙ୍କ ହେଉ କିମ୍ବା କୌଣସି ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କୁ ଲୋକ ମାନେ ଆସିବାକୁ ଭୟଭୀତ ଅବସ୍ଥାରେ ରହିଲେଣି ।

ବାହାର ବ୍ୟବସାୟ ମାନେ ବଜାର ମାନଙ୍କୁ ଯେଉଁ ପରିମାଣରେ ଆସି ଜିନିଷ ପତ୍ର ଯୋଗାଉଥିଲେ ତାହା ହ୍ରାସ ପାଇବାକୁ ବସିଲାଣି ।ଏପରି ଅବସ୍ଥାରେ ଅଞ୍ଚଳରେ କୋକୁଆ ଭୟ ପରିସ୍ଥିତି ଥିବା ବେଳେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଆଉ ଜଣେ ବ୍ୟବସାୟୀ ଲୁଟେରାଙ୍କ ଶିକାର ହେବାକୁ ପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଧୀନସ୍ଥ କଲଦା ପଞ୍ଚାୟତ ସିଂହଡା ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁଅ ନିହାର ରଞ୍ଜନ ସାହୁ ୩୬ ବର୍ଷ ନାମକ ବ୍ୟବସାୟୀ ପରଜଙ୍ଗ ବଜାର ମଧ୍ୟରେ ରହିଥିବା ୟୁକୋ ବ୍ୟାଙ୍କରୁ ଅପରାହ୍ନ ୧/୪୫ ମିନିଟ ସମୟରେ ନଗଦ ୧ ଲକ୍ଷ ଟଙ୍କା ଉଠାଣ କରି ନିଜ ବାଇକରେ ଏକାକୀ ଘରକୁ ଯାଉଥିବା ବେଳେ ଏନଏଚ ୫୩ ର ହାତୀଲୁଚାଣି ଛକ ଠାରୁ ଯାଇଥିବା କୁଆଲୋ ଅଭିମୁଖେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଶାଖା କେନାଲ ପାଖରେ ତିନି ଜଣ ଅଜଣା ଦୁର୍ବୃତ୍ତ ଏକ ବାଇକରେ ପିଛା କରି ନିହାରଙ୍କ ଗାଡ଼ି ଆଗରେ ରଖି ଆଖିରେ ପ୍ରଥମେ ବାଲି ପକାଇ ଦେଇଥିଲେ ,ପରେ ଏକ ମାରଣାସ୍ତ୍ର ଦ୍ଵାରା ଡାହାଣ ହାତକୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ରାସ୍ତାରେ ଯାଉଥିବା ବାଟୋଇ ମାନେ ନିହାରକୁ ଚିହ୍ନି ପାରି ସଙ୍ଗେ ସଙ୍ଗେ ପରିବାରକୁ ଖବର ଦେଇଥିଲେ ।ଖବର ପାଇ ନିହାରଙ୍କ ବାପା ରମେଶ ଓ ପଡ଼ୋଶୀ ଲୋକ ମାନେ ଆସି ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ପରଜଙ୍ଗ ମେଡିକାଲ ନେଇ ଚିକିତ୍ସା କରାଇ ପରଜଙ୍ଗ ଥାନାରେ ଏକ ଏତଲା ଦେଇଛନ୍ତି ।

new life
You might also like
error: Content is protected !!