News
WhatsApp Image 2023-10-04 at 17.25.00
samparksetu

ବସରୁ ପଡି ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମର ଜନୈକା ମହିଳା ବସରୁ ପଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । କାଲୁରିଆ ଗ୍ରାମର ହଟକିଶୋର ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସାହୁ (୩୫) ପାୟଲ ନାମକ ଏକ ଘରୋଇ ବସରେ ନୀଳମାଧବ ଦର୍ଶନ କରିଥିବାକୁ ଯାଉଥିଲେ ।

ବସରେ ଯାଉଥିବା ବେଳେ ସୁଭଦ୍ରାଙ୍କୁ ବାନ୍ତି ଲାଗିବାରୁ ସେ ତିଗିରିଆ ବ୍ଲକ ଗୋଡିଝରିଆ ନିକଟରେ ବସ ଗେଟ ସମ୍ମୁଖରେ ଛିଡା ହୋଇ ବାନ୍ତି କରୁଥିଲେ । ହଠାତ ଅସାବଧାନତା ବଶତଃ ସେ ଭାରସାମ୍ୟ ହରାଇ ବସରୁ ତଳକୁ ପଡିଯାଇଥିଲେ । ସେ ବସରୁ ପଡି ଗୁରୁତର ଆହତହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଗୁରୁତର ହେବାକୁ ତାଙ୍କୁ ଆଠଗଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ କାଲୁରିଆରେ ଶୋକର ଛାୟା ଖେଳିଯାଇଛି ।

new life
You might also like
error: Content is protected !!