News
WhatsApp Image 2023-10-04 at 17.25.00
samparksetu

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ,ଜଣେ ମୃତ ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା କମଗରା ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ହେଲେ ଶ୍ରୀରାମପୁର ଗ୍ରାମର ଶଚି ମଲ୍ଲିକ ଏବଂ ଗୁରୁତର ହେଲେ ଜିରାଲ ର ରାକେଶ କୁମାର ସାହୁ । ସୂଚନା ଅନୁଯାୟୀ , ସନ୍ଧ୍ୟା ରେ ରାକେଶ ବାଇକ ଯୋଗେ ଢେଙ୍କାନାଳ ରୁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଚାଲି ଚାଲି ଆସୁଥିବା ଶଚି ମଲ୍ଲିକ ଙ୍କୁ ଧକ୍କା ଦେଇଥିଲେ ଫଳରେ ଶଚି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ରାକେଶ ଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଭୁବନ ବ୍ଲକ ବାରୁଆଁ ପଂଚାୟତ ମଠଖୋକସା ଗ୍ରାମ ର ପ୍ରଶାନ୍ତ ରାଉତ (୩୫) ଭୁବନରୁ ଗାଡି କିସ୍ତି ଦେଇ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ କାଇଁଶିରି ବାଲାଜି ଇଞ୍ଜିକନ କ୍ୟାମ୍ପ ଛକ ଠାରେ ଆଜି ରାତି ପ୍ରାୟ ୯ଘଟିକା ସମୟରେ ଆଉ ଏକ ବାଇକ ସହ ଧକ୍କା ହୋଇଥିଲେ । ପ୍ରଶାନ୍ତ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଅବସ୍ଥାରେ ଭୁବନ ଥାନା ଏସ. ଆଇ ଅନୁରାଗ ମଲ୍ଲିକ ପୋଲିସ୍ ଗାଡିରେ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇ ଥିଲେ । ତେବେ ଦୁର୍ଘଟଣା ଘଟଇଥିବା ଅନ୍ୟ ବାଇକ ସ୍ଥାନ ଛାଡି ଫେରାର ହୋଇଯାଇଛି । ପ୍ରଶାନ୍ତ ଙ୍କର ଆଖି ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି ।

new life
You might also like
error: Content is protected !!