News
WhatsApp Image 2023-10-04 at 17.25.00
samparksetu

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ,ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁଙ୍କ ସମେତ ୪ଜଣ

କାମାକ୍ଷାନଗର ଥାନା ବଡଝରା -ଜଡ଼ାପାଳ ପୂର୍ତ୍ତ ବିଭାଗ ରାସ୍ତାର ବାଙ୍ଗୁରା ଗାଁ କେନାଲ ନିକଟରେ ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ଜଣ ବାଇକ ଆରୋହୀ। ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲର ଆମ୍ବୁଲାନ୍ସଟି ପରଜଙ୍ଗ ଅଞ୍ଚଳକୁ ଯାଉଥିବା ବେଳେ ମହୁଲି ଗାଁରୁ ମୁକ୍ତାପଶି ଗାଁକୁ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲେ।

ଘଟଣା ସ୍ଥଳରେ ହିଁ ବାଇକରେ ଥିବା ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ବାଇକ ଆରୋହୀ ରାସ୍ତା କଡରେ ଛିଟିକି ପଡ଼ିଥିଲେ। ସୌଭାଗ୍ୟ ବଶତଃ ୪ଜଣ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିଲେ ମାତ୍ର ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ।ତେବେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଆମ୍ବୁଲାନ୍ସକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!