News
WhatsApp Image 2023-10-04 at 17.25.00
samparksetu

କାର ଧକ୍କାରେ ବୃଦ୍ଧ ମୃତ

କାମାକ୍ଷାନଗର ଥାନା ଏନ.ଏଚ ୫୩ ବଡ଼ ସୁଆଁଳୁ ଛକ ନିକଟରେ କାର ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟଧନ ଖୁଣ୍ଟିଆ ।

ସୂଚନା ମୁତାବକ ଆଜି ସକାଳେ ସେ ଗାଁ ଛକ ରୁ ପରିବା ନେଇ ଏନ.ଏଚ ରାସ୍ତା ପାର ହେବା ବେଳେ,ଏକ କାର ଆସି ଧକ୍କା ଦେଇଥିଲା ।ଫଳରେ ଘଟଣା ସ୍ଥଳରେ ସେ ଅଚେତ ଅବସ୍ଥାରେ ପଡିଯାଇଥିଲେ ।

ତେବେ ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ, ପ୍ରବଳ ରକ୍ତସ୍ରାବ ହୋଇଥିଲା ।ତାଙ୍କୁ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲ କୁ ଆଣିଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

ସେପଟେ ଧକ୍କା ଦେଇଥିବା କାର ଟିକୁ ଗ୍ରାମବାସୀ ଅଟକାଇ ପୋଲିସ ଜିମା ଦେଇଥିବା ବେଳେ, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ କୁ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

new life
You might also like
error: Content is protected !!