News
WhatsApp Image 2023-10-04 at 17.25.00
samparksetu

ଜାତୀୟ ସ୍ତରରେ ଢେଙ୍କାନାଳ ଝିଅର କମାଲ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର +୩ ଛାତ୍ରୀ ବନ୍ଦନା ପ୍ରିୟ ଦର୍ଶନୀ ବିଶ୍ଵାଳ ଜିଲ୍ଲା ଓ ରାଜ୍ୟସ୍ତର ରେ ୧୦୦ମିଟର, ଦୌଡ,ଲଙ୍ଗଜମ୍ପ,ହାଇଜମ୍ପ ଜାଭଲିନ୍ ଥ୍ରୋ ଓ ଡିସ୍ କସ୍ ଥ୍ରୋ ରେ ସଫଳତା ଅର୍ଜନ କରି ଏବେ ୨୦୨୩ମସିହା ମାର୍ଚ୍ଚ ୨ତାରିଖ ଦିନ ଦିଲ୍ଲୀ ଷ୍ଟ୍ରେଟ୍ ୟୁଥ ଆଣ୍ଡ ଓପନ ଚାମ୍ପିଆନ୍‌ ସିପରେ ଦିଲ୍ଲୀସ୍ଥିତ ଜବାହାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାଭଲିନ୍‌ ଥ୍ରୋରେ ଓ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ମାର୍ଚ୍ଚ ୧୦ ତାରିଖ ଦିନ ଓ ପନିଙ୍ଗ୍ ଉତ୍ସବ, ହେଲୋ ଇଣ୍ଡିଆ ପକ୍ଷରୁ ହୋଇଥିବା ଜାଭ୍ ଲିନ୍‌ ଥ୍ରୋ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ଏହି ଦୁଇ ଅନୁଷ୍ଠାନ ପକ୍ଷରୁ ସ୍ଵର୍ଣ୍ଣ ପଦକ ସହ ମାନପତ୍ର ପ୍ରଦାନ କରାଯାଇଛି।

କାମାକ୍ଷାନଗର ତଥା ଢେଙ୍କାନାଳା ଜିଲ୍ଲାର ଗୌରବ ଆଣିବାର ସଫଳତା ଅର୍ଜ୍ଜନ କରିଥିବାରୁ ତାଙ୍କର ପରିବାର ତଥା କାମାକ୍ଷାନଗର ମହିଳା ମହା ବିଦ୍ୟାଳୟର ଛାତ୍ରୀ ଓ କାମାକ୍ଷାନଗର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଉକ୍ତ ଛାତ୍ରୀ କାମାକ୍ଷାନଗର ବ୍ଲକ୍ ର ବାଇସିଙ୍ଗା ପଞ୍ଚାୟତ ମାଳପୁରା ଗ୍ରାମର ବୈରାଗୀ ବିଶ୍ଵାଳଙ୍କ କନ୍ୟା ଅଟନ୍ତି ।

new life
You might also like
error: Content is protected !!