News
WhatsApp Image 2023-10-04 at 17.25.00
samparksetu

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ

ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ। ୪ ଅଭିଯୁକ୍ତ ସହ ଗୋଟିଏ ଦେଶୀ ବନ୍ଧୁକବସହ ଚାରି ରାଉଣ୍ଡ ଗୁଳି ଓ ଚାରୋଟି ଫୋନ୍ ଜବତ ହୋଇଥିବା ପ୍ରେସମିଟ୍ ରେ ଏସପି ଦେଲେ ସୂଚନା ।

ଢେ଼ଙ୍କାନାଳ ଜିଲ୍ଲା ତଥା କାମାକ୍ଷାନଗର ଉପଖଣ୍ଡ ରେ ଆତଙ୍କ ରାଜ ଚଳାଇଥିବା ରାକେଶ ନାଥ କମ୍ପାନୀ ( ଦ କିଙ୍ଗ ଅଫ ଫରେଷ୍ଟ ) ଫ୍ଲେକ୍ସ ତିଆରି କରି ବିଭିନ୍ନ ସ୍ଥାନରେ ଲଗାଇ ନିଜକୁ ଜିଲ୍ଲା ର ଡନ ହିସାବରେ ୨୦ ରୁ ୨୫ ଜଣ ସହଯୋଗୀଙ୍କୁ ନେଇ ଆତଙ୍କ ରାଜ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଢେ଼ଙ୍କାନାଳ ଜିଲ୍ଲା ତଥା କାମାକ୍ଷାନଗର ଅଞ୍ଚଳରେ ରାଜ୍ୟ ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ବିଭିନ୍ନ ବିଭାଗରେ କାର୍ଯ୍ୟ ଚାଲୁ ରହିଥିବାରୁ ସମସ୍ତ ଠିକାଦାର ଙ୍କୁ ଧମକାଇ ଓ ବନ୍ଧୁକ ଦେଖାଇ ମାସକୁ ୨୫ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ପୂର୍ବରୁ ରାକେଶ ନାଥ କାହ୍ନୁ ସାହୁ ଙ୍କୁ ବଟି ଦବା ପାଇଁ ପରୋକ୍ଷ ରେ କିଛି ମଧ୍ୟସ୍ଥି ବ୍ୟକ୍ତିଙ୍କ ମାଧ୍ୟମରେ ଟଙ୍କା ମାଗିଥିଲେ ଓ ଟଙ୍କା ନଦେଲେ ଗୁଳି କରି ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କାହ୍ନୁ ସାହୁ ଙ୍କୁ ମାରିବା ପାଇଁ କାମାକ୍ଷାନଗର ସହରର ବିଭିନ୍ନ ସ୍ଥାନରେ ଛକିଥିଲେ । ଗତ ୧୪ ତାରିଖ ରାତି ୧୦:୪୫ ରେ କାହ୍ନୁ ସାହୁ ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକ୍ ରେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥ ଓ ତାଙ୍କ ୨ ସହଯୋଗୀ ସୁବାଷ ଖୁଣ୍ଟିଆ ଓ ଲିପୁନ ରାଉତ ୩ ଜଣ ଆସି ୨ ଜଣ ଗାଡ଼ିରେ ବସିଥିବା ବେଳେ ରାକେଶ ନାଥ ଗୁଳି କରିଥିବା ଅଭିଯୁକ୍ତ ମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥ ଫେରାର ଥିବା ବେଳେ ୩ ଜଣ ସହଯୋଗୀ ଓ ଜଣେ ସୂଚନା ପ୍ରଦାନ କରୁଥିବା ଶୁଭ୍ରାଂଶୁ ନାୟକ କୁ ପୋଲିସ ଗିରଫ କରିଛି ଓ ସେମାନଙ୍କ ଠାରୁ ୧ ତି ପିଷ୍ଟଲ୍ ସହ ୪ ଟି ଗୁଳି ଓ ୪ ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।

ମୁଖ୍ୟ ଅଭିଯୁକ୍ତ ରାକେଶ ନାଥ ପାଖରେ ଆଉ ଗୋଟିଏ ବନ୍ଧୁକ ରହିଥବା ପୋଲିସ ଜାଣିବାକୁ ପାଇଛି ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ତାଳଚେର ସ୍ଥିତ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏକ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଢେ଼ଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର , ଆଡିସ୍ନାଲ ଏସପି ଓ କାମାକ୍ଷାନଗର ଏ ସ୍ ଡି ପି ଓ ରଞ୍ଜନ କୁମାର ଦେ ,କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ , ତୁମୁଶୀଙ୍ଗା ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ନାଥ ଓ ତାର ସହଯୋଗୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରେସ୍ ମିଟ ରେ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!