କାମାକ୍ଷାନଗର ଥାନା ନୂଆଆଳତୁମା ଯୋଗୀସାହି ରେ ଘରଭଡା ନେଇ ରହୁଥିବା ଜଣେ ବିବାହିତ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ l ମୃତ ଯୁବକ ଜଣକ ଭୁବନ ଥାନା ବାଲିବୋ ଗ୍ରାମର ଜିତୁ ସ୍ୱାଇଁ l ଯୁବକ ଜଣକୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଲେ ଯୁବକ ଙ୍କ ପରିବାର ଲୋକ l ନିଜ ବୋହୂ, ପୁଅ ର ଶାଶୁ, ଶ୍ୱଶ୍ୱର, ଓ ବୋହୁ ର ଧରମ ଭାଇ ପୁଅ କୁ ହତ୍ୟା କରିଥିବା ନେଇ କାମାକ୍ଷାନଗର ଥାନା ରେ ଅଭିଯୋଗ କରିଛନ୍ତି ମୃତ ଯୁବକ ଙ୍କ ବାପା l
ସୂଚନା ଅନୁସାରେ ଭୁବନ ଥାନା ବାଲିବୋ ଗ୍ରାମର ନିରଞ୍ଜନ ସ୍ୱାଇଁ ଙ୍କ ପୁଅ କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ମୋହନ ସାହୁ ଙ୍କ ଝିଅ ଚୁଲବୁଲି ଙ୍କୁ ପ୍ରେମବିବାହ କରିଥିଲେ l ବିବାହ ପରେ ଦୁଇଜଣ କାମାକ୍ଷାନଗର ସହର ର ଯୋଗୀସାହି ରେ ଘରଭଡା ନେଇ ରହି ଆସୁଥିଲେ l ଜିତୁ ପେଶା ରେ ଜଣେ ଗାଡି ଡ୍ରାଇଭର ହୋଇଥିବା ବେଳେ ବିବାହ ପରଠାରୁ ସେ ନିଜ ଗାଁ କୁ ଯାଉନଥିବା ବେଳେ କାମାକ୍ଷାନଗର ରେ ରହି ଆସୁଥିଲେ l ଗତକାଲି କୌଣସି କାରଣ ରୁ ଜିତୁ ଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ l ତେବେ ବାହାଘର ପରେ ପୁଅ କୁ ତା ସ୍ତ୍ରୀ, ଶାଶୁ, ଶ୍ୱଶ୍ୱର, ପରିବାର ଲୋକ ଙ୍କ ସହ ମିଶାଇଦେଉନଥିବା ବେଳେ ଗତକାଲି ପୁଅ ସମସ୍ତେ ମିଶି ହତ୍ୟା କରିଥିବା ଅଭିଯୋଗ କରି କାମାକ୍ଷାନଗର ଥାନାରେ ମାମଲା ରୁଜୁ କରିଛନ୍ତି ଜିତୁ ଙ୍କ ପରିବାର l ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ କୁ ଜବତ କରି ଶବ ବ୍ୟବଛେଦ କରାଇଥିବା ବେଳେ ପୁଅ ର ବାପା ଙ୍କ ଅଭିଯୋଗ ଆଧାର ରେ ଅଧିକ ତଦନ୍ତ ଜାରି ରଖିଛି l
![new life](http://www.dhenkanalupdate.com/wp-content/uploads/2021/01/samparksetu.jpg)